www.samajalive.in
Saturday, December 6, 2025
14.1 C
Bhubaneswar

କୋଲକାତା ଦୁଷ୍କର୍ମ ଘଟଣା: କନିଷ୍ଠ ଡାକ୍ତରଙ୍କ ଆମରଣ ଅନଶନ

କଲକାତା : କଲକାତାସ୍ଥିତ ଆର.ଜି.କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପ୍ରତିବାଦରେ ପଶ୍ଚିମବଙ୍ଗର କନିଷ୍ଠ ଡାକ୍ତରମାନେ ଶନିବାର ସନ୍ଧ୍ୟାରୁ ଆମରଣ ଅନଶନରେ ଆରମ୍ଭ କରିଥିବା ଜଣାପଡିଛି। ରାଜ୍ୟ ସରକାର ସେମାନଙ୍କର ଦାବି ପୂରଣରେ ବିଫଳ ହୋଇଥିବାରୁ ଏଭଳି ଆମରଣ ଅନଶନ କରାଯାଉଥିବା ସେମାନେ କହିଛନ୍ତି। ଦୁୁର୍ଗାପୂଜା ଆରମ୍ଭ ହେବାକୁ ଆଉ କିଛି ଦିନ ଥିବାବେଳେ ଡାକ୍ତରଙ୍କ ଏଭଳି ଅନଶନ ସ୍ବାସ୍ଥ୍ୟସେବାକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି। କନିଷ୍ଠ ଡାକ୍ତରମାନେ ଧରମତଲାସ୍ଥିତ ଦୋରିନା କ୍ରସିଂ ନିକଟରେ ଅନଶନରେ ବସିଛନ୍ତି। ସୂଚନାଯୋଗ୍ୟ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କର ଦାବି ପୂରଣ କରିବାକୁ ଡାକ୍ତରମାନେ ରାଜ୍ୟ ସରକାରଙ୍କୁ ଚରମସୀମା ଧାର୍ଯ୍ୟ କରିଥିଲେ। ତେବେ ଏହି ସମୟ ଅତିକ୍ରାନ୍ତ ହୋଇଥିବାବେଳେ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିବା ସେମାନେ ଅଭିଯୋଗ କରିଛନ୍ତି। ଆମରଣ ଅନଶନର ସ୍ବଚ୍ଛତା ବଜାୟ ରଖିବାକୁ ଧାରଣାସ୍ଥଳରେ ସିସିଟିଭି ଖଞ୍ଜାଯାଇଛି। ୬ ଜଣ କନିଷ୍ଠ ଡାକ୍ତର ବର୍ତ୍ତମାନ ଆମରଣ ଅନଶନରେ ବସିଛନ୍ତି। ଏମାନେ ହେଲେ ଡା.ସ୍ନିଗ୍ଧା ହାଜରା, ଡା. ତନୟା ପାଞ୍ଜା, ଡା. ଅନୁଷ୍ଟୁପ୍‌ ମୁଖୋପାଧ୍ୟାୟ, ଡା. ଅର୍ଣ୍ଣବ ମୁଖୋପାଧ୍ୟାୟ, ଡା. ପୁଲସ୍ତ ଆଚାର୍ଯ୍ୟ ଏବଂ ଡା. ସାୟନ୍ତନି ଘୋଷ ହାଜରା। ଯଦି ଅନଶନ ଚାଲିଥିବାବେଳେ ଏମାନଙ୍କ ମଧ୍ୟରୁ କୌଣସି ଡାକ୍ତର ଅସୁସ୍ଥ ହୋଇପଡନ୍ତି, ​ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଡାକ୍ତରମାନେ କହିଛନ୍ତିି। ସୂଚନାଯୋଗ୍ୟ କନିଷ୍ଠ ଡାକ୍ତରମାନେ ଶୁକ୍ରବାର ରାତିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିନେଇଛନ୍ତି। ଧରମତାଲା ଏକ ବ୍ୟସ୍ତବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ଅନଶନ ପାଇଁ କଲକାତା ପୁଲିସ ଡାକ୍ତରମାନଙ୍କୁ ପ୍ରଥମେ ଅନୁମତି ଦେଇନଥିଲା। ଡାକ୍ତରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ୯ଟି ଦାବି ଉପସ୍ଥାପନ କରାଯାଇଥିଲା। ତେବେ ରାଜ୍ୟ ସରକାର କେତେକ ଦାବି ମାନି ନେଇଥିବାବେଳେ ଅନ୍ୟଗୁଡିକୁ ଉପେକ୍ଷା କରୁଛନ୍ତି ବୋଲି ଡାକ୍ତରମାନେ ଅଭିଯୋଗ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories