www.samajalive.in
Saturday, December 6, 2025
23.1 C
Bhubaneswar

ଆସନ୍ତା ବର୍ଷ ଜାନୁଆରୀକୁ ଘୁଞ୍ଚିଲା କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ପଶ୍ଚିମବଙ୍ଗରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ମହାମାରୀ ଦ୍ୱାରା କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପ୍ରଭାବିତ ହୋଇଛି। ଚଳିତ ବର୍ଷ ନଭେମ୍ବରରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବ ଆସନ୍ତା ବର୍ଷ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆସନ୍ତା ବର୍ଷ ଜାନୁଆରୀରେ ହେବ ଏବଂ ନଭେମ୍ବରରେ ହେବ ନାହିଁ।


ମମତା ବାନାର୍ଜୀ ଟ୍ୱିଟ୍ କରି କହିଛନ୍ତି, ‘ବିଶ୍ୱ ଚଳଚ୍ଚିତ୍ର ଶିଳ୍ପର ସହମତି ପରେ ମୁଁ ସମସ୍ତ ସିନେ ପ୍ରେମୀଙ୍କୁ କହିବାକୁ ଚାହେଁ ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆସନ୍ତା ବର୍ଷ ଜାନୁଆରୀ ଯାଏଁ ସ୍ଥଗିତ ରଖାଯାଇଛି। ଏହା ବର୍ତ୍ତମାନ ଜାନୁଆରୀ ୮ରୁ ୧୫ ମଧ୍ୟରେ ଅନୁଷ୍ଠିତ ହେବ। ଆସନ୍ତୁ ପ୍ରସ୍ତୁତି ଆରମ୍ଭ କରିବା। ‘

- Advertisement -

ଅନ୍ୟ ଚଳଚ୍ଚିତ୍ର ମହୋତ୍ସବ ତୁଳନାରେ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଅତ୍ୟନ୍ତ ଲୋକପ୍ରିୟ ଓ ଏହାକୁ ଚଳଚ୍ଚିତ୍ର ପ୍ରେମୀମାନେ ଆଗ୍ରହର ସହ ଅପେକ୍ଷା କରିଥାନ୍ତି। ଏହି ମହୋତ୍ସବରେ ସିନେମା ଜଗତର ଅନେକ ଶ୍ରେଷ୍ଠ ଚଳଚ୍ଚିତ୍ର ପ୍ରଦର୍ଶନ ହୋଇଥାଏ। ଏଥିରେ ଅନେକ ବଡ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସାମିଲ ହୋଇଥାନ୍ତି।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories