www.samajalive.in
Friday, December 5, 2025
20.1 C
Bhubaneswar

ସଖୀ ୱାନ ଷ୍ଟପ ସେଣ୍ଟରର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ : ସାମାଜିକସ୍ତରରେ ଅବହେଳିତା, ନିର୍ଯ୍ୟାତିତା ମହିଳା ଏବଂ ଶିଶୁମାନଙ୍କ ସମ୍ମାନ, ସୁରକ୍ଷା ଏବଂ ନିରାପତ୍ତା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଏବଂ ଜିଲା ପ୍ରଶାସନ ସହଯୋଗରେ ବୌଦ୍ଧଠାରେ ପ୍ରତିଷ୍ଠିତ ସଖୀ ୱାନ ଷ୍ଟପ ସେଣ୍ଟର ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।  କନ୍ଧମାଳ ଜିଲା ସୁଭଦ୍ରା ମହତାବ ସେବା ସଦନ ଦ୍ୱାରା ପରିଚାଳିତ ଏହି ସଂସ୍ଥାର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ ଏବଂ ସମ୍ମାନିତ ଅତିଥି ଭାବରେ ୟୁନିସେଫ ର ପ୍ରତିନିଧି ତଥା ବାଲ୍ୟ ବିବାହ ପ୍ରତିରୋଧ ନିମନ୍ତେ ଜିଲା ପରାମର୍ଶଦାତା ଅନସୂୟା ହୋତା ଯୋଗଦେଇ ଜିଲାରେ ଶିଶୁ ଏବଂ ମହିଳାମାନଙ୍କୁ ସମାଜରେ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏବଂ ନିର୍ଯ୍ୟାତନା ତଥା ଶୋଷଣରୁ କିପରି ସୁରକ୍ଷା ପ୍ରଦାନ କରାଯାଇ ସେମାନଙ୍କ ସାମାଜିକ,ଆଇନଗତ ଓ ସ୍ୱାସ୍ଥ୍ୟଗତ ଅଧିକାର ସୁରକ୍ଷିତ କରାଯାଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ।

ପ୍ରକାଶ ଥାଉ ଯେ,  ଜିଲାରେ ସଖୀ କାର୍ଯ୍ୟାଳୟ ପ୍ରତିଷ୍ଠା ହେବାପରେ ଗତ ଏକବର୍ଷ ମଧ୍ୟରେ ପାରିବାରିକ ହିଂସା, ଯୌତୁକ ନିର୍ଯ୍ୟାତନା, ଶିଶୁ ନିର୍ଯ୍ୟାତନା, ବାଲ୍ୟ ବିବାହ, ଅପହରଣ ଭଳି ୪୦ଟି ମାମଲାର ବିଚାର ବିମର୍ଷ କରି ସେଗୁଡିକର ସଫଳତାର ସହିତ ସମାଧାନ ହୋଇପାରିଛି। ଏହି ଅବସରରେ ଶାଖା ପରିଚାଳିକା  ତଦଶା ମାଝୀ ଆଗାମୀ ଦିନରେ ଏହିଭଳି ସକାରାତ୍ମକ କାର୍ଯ୍ୟକାରିତା ସହିତ ମାମଲା ଗୁଡିକର ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories