www.samajalive.in
Saturday, December 6, 2025
19.1 C
Bhubaneswar

ମହିଳାଙ୍କୁ ନିଶ୍ଚେତକ ଦେଇ ବଳାତ୍କାର, ଡାକ୍ତର ଗିରଫ

କଲକାତା : ଜଣେ ମହିଳା ରୋଗୀଙ୍କୁ ନିଶ୍ଛେତକ ଦେଇ ବେହୋସ କରିବା ପରେ ବଳାତ୍କାର କରିଥିବା ଅଭିଯୋଗରେ ପଶ୍ଚିମବଙ୍ଗ ପୁଲିସ ମଙ୍ଗଳବାର ଚବିଶ ପ୍ରଗଣା ଜିଲାରେ ଜଣେ ଡାକ୍ତରଙ୍କୁ ଗିରଫ କରିଛି। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ କିଛି ଦିନ ପୂର୍ବେ ଦେହ ଖରାପ ହେବାରୁ ସେ ଏହି ଡାକ୍ତରଙ୍କ ନିକଟକୁ ଯାଇଥିଲେ। ସେତେବେଳେ ମହିଳାଙ୍କ ସ୍ବାମୀ କୌଣସି କାର୍ଯ୍ୟରେ ରାଜ୍ୟ ବାହାରକୁ ଯାଇଥିଲେ। ଅଭିଯୁକ୍ତ ଡାକ୍ତର ପ୍ରଥମେ ମହିଳାଙ୍କୁ ନିଶ୍ଛେତକ ଦେବା ପରେ ବଳାତ୍କାର କରିଥିଲେ। ଏପରିକି ଡାକ୍ତର ଜଣକ ବଳାତ୍କାର ସମୟର କେତେକ ଆପତ୍ତିଜନକ ଫଟୋ ମଧ୍ୟ ଉଠାଇଥିବା ଅଭିଯୋଗ ହୋଇଛି। ପୁଲିସରେ ଖବର ଦେଲେ ଏହି ଫଟୋଗୁଡିକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବାକୁ ମଧ୍ୟ ସେ ପୀଡିତାଙ୍କୁ ଧମକ ଦେଇଥିଲେ। ମହିଳାଙ୍କୁ ବ୍ଲାକ୍‌ମେଲ କରି ସଂପୃକ୍ତ ଡାକ୍ତର ଇତିମଧ୍ୟରେ ମହିଳାଙ୍କ ନିକଟରୁ ୪ ଲକ୍ଷ ଟଙ୍କା ନେଇଯାଇଥିବା ଜଣାପଡିଛି। ସମ୍ମାନହାନି ଦୃଷ୍ଟିରୁ ମହିଳା ଜଣକ ଏ ପ୍ରସଙ୍ଗ କାହାରି ଆଗରେ ପ୍ରକାଶ କରିନଥିଲେ। ସ୍ବାମୀ ଘରକୁ ଫେରିବା ପରେ ସେ ସବୁକଥା ତାଙ୍କ ଆଗରେ ବଖାଣିଥିଲେ। ସ୍ବାମୀଙ୍କ ପରାମର୍ଶକ୍ରମେ ପୀଡିତା ଥାନାରେ ଏତଲା ଦାଏର କରିବା ପରେ ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଛି। ଅଦାଲତରେ ହାଜର କରାଯିବା ପରେ ଡାକ୍ତରଙ୍କୁ ପାଞ୍ଚ ଦିନିଆ ପୁଲିସ ହାଜତରେ ରହିବାକୁ ବିଚାରପତି ନିର୍ଦେଶ ଦେଇଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories