www.samajalive.in
Tuesday, December 9, 2025
15.1 C
Bhubaneswar

କୁଳାଧିପତି ଧନକରଙ୍କୁ ବହିଷ୍କାର କଲେ ଯାଦବପୁର ଛାତ୍ରସଙ୍ଘ

କଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଯାଦବପୁର ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନେ କୁଳାଧିପତି ପଦରୁ ‘ରଷ୍ଟିକେଟ୍‌’ ବା ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ତାଙ୍କ ପ୍ରଦର୍ଶନ ସମ୍ପର୍କରେ ଏକ ‘ରିପୋର୍ଟ କାର୍ଡ’ ପ୍ରସ୍ତୁତ କରୁଥିବା ଘୋଷଣା କରିଛନ୍ତି। ମଙ୍ଗଳବାର ରାଜ୍ୟପାଳ ବିଶ୍ବବିଦ୍ୟାଳୟକୁ ଯିବାବେଳେ ଛାତ୍ରସଙ୍ଘ ପକ୍ଷରୁ ତାଙ୍କୁ ତୀବ୍ର ବିରୋଧ କରାଯାଇଥିଲା। ରାଜ୍ୟପାଳଙ୍କୁ କଳାପତାକା ପ୍ରଦର୍ଶନ ସହିତ କାର୍‌ ଭିତରେ ପ୍ରାୟ ଦେଢ଼ ଘଣ୍ଟା କାଳ ଅଟକ ରଖାଯାଇଥିଲା। ରାଜ୍ୟପାଳ ବାଧ୍ୟହୋଇ ସେଠାରୁ ଫେରିଥିଲେ। ଧନକର ନାଗରିକତ୍ବ ଆଇନ ସପକ୍ଷରେ ମନ୍ତବ୍ୟ ଦେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ତାଙ୍କ ବିବାଦ ବହୁଗୁଣିତ ହୋଇଛି। ଛାତ୍ରସଙ୍ଘ ପକ୍ଷରୁ ରାଜ୍ୟପାଳଙ୍କ ନିକଟକୁ ଲିଖିତ ଏକ ଚିଠିରେ ଦର୍ଶାଯାଇଛି ଯେ ‘ଆପଣ ବିଭିନ୍ନ ପ୍ରସଙ୍ଗରେ ଅଯଥା ମନ୍ତବ୍ୟ ଦେଉଛନ୍ତି। ଆପଣଙ୍କ ଆଚରଣ ନିରପେକ୍ଷ ସାମ୍ବିଧାନିକ ପଦରେ ଅଧିଷ୍ଠିତ ବ୍ୟକ୍ତିଙ୍କ ଭଳି ନୁହେଁ। ଆପଣ ଆଦୌ ରାଜ୍ୟର ବା ଛାତ୍ରଙ୍କର ମୁରବି ତଥା ଅଭିଭାବକ ଭଳି କାର୍ଯ୍ୟ କରୁ ନାହାନ୍ତି। ସେଥିପାଇଁ ଆପଣଙ୍କୁ ବିଶ୍ବବିଦ୍ୟାଳୟ ପରିସରରେ ପୂରାଇ ଦିଆଯିବ ନାହିଁ। ପ୍ରତୀକାତ୍ମକ ଭାବେ ଆମେ ଆପଣଙ୍କୁ ବହିଷ୍କାର କରୁଛୁ।’ ଛାତ୍ରସଙ୍ଘ ମୁଖ୍ୟ ଉଷସୀ ପାଲ ରାଜ୍ୟପାଳଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି। ସେପ୍ଟେମ୍ବରରେ ଧନକର ବିଶ୍ବବିଦ୍ୟାଳୟକୁ ଯିବାବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ ଏବଂ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। ଯାଦବପୁର ବିଶ୍ବବିଦ୍ୟାଳୟ କୁଳପତି ସୁରଞ୍ଜନ ଦାସ ସଦ୍ୟ ଘଟଣା ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇ ନଥିବାବେଳେ ରାଜ୍ୟପାଳଙ୍କୁ ବିରୋଧ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ସେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା ଓ ସଂଶୋଧିତ ନାଗରିକତ୍ବ ଆଇନ ବିରୋଧରେ ଆନ୍ଦୋଳନ ଅବ୍ୟାହତ ରଖିବାକୁ ମଧ୍ୟ ଛାତ୍ରଙ୍କୁ ଆହ୍ବାନ ଦେଇଛନ୍ତି। ମମତା ଗୁରୁବାର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଛନ୍ତି। ତୃଣମୂଳ କଂଗ୍ରେସର ପ୍ରତିନିଧି ଦଳ କର୍ଣ୍ଣାଟକ ଯାଇ ସିଏଏ ବିରୋଧୀ ହିଂସାରେ ମୃତ ଦୁଇ ଜଣଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବେ ବୋଲି ସେ ଘୋଷଣା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories