www.samajalive.in
Saturday, December 6, 2025
16.1 C
Bhubaneswar

‘ହିନ୍ଦୁ ପାକିସ୍ତାନ’ ଟିପ୍ପଣୀ ଯୋଗୁଁ ଫସିଲେ ଶଶୀ ଥରୁର, ଗିରଫ ପରୱାନା ଜାରି

କଲକାତା : କଂଗ୍ରେସର ବରିଷ୍ଠ ନେତା ତଥା ଥିରୁଅନନ୍ତପୁରମ ସାଂସଦ ଶଶୀ ଥରୁର ୨୦୧୮ରେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ଫସିଯାଇଛନ୍ତି। କଲକାତାର ଏକ ମେଟ୍ରୋପଲିଟାନ ମାଜିଷ୍ଟେଟ୍‍ କୋର୍ଟ ଶଶୀ ଥରୁରଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଆଇନଜୀବୀ ସୁମୀତ ଚୌଧୁରୀଙ୍କ ଦ୍ୱାରା ଦାଖଲ ମାମଲାକୁ ଆଧାର କରି କୋର୍ଟ ଏହି ଗିରଫ ପରୱାନା ଜାରି କରିଛନ୍ତି। ଶଶୀ ଥରୁରଙ୍କ ‘ହିନ୍ଦୁ ପାକିସ୍ତାନ’ ମନ୍ତବ୍ୟକୁ ନେଇ ସୁମୀତ ଏହି ମାମଲା ରୁଜୁ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ୨୦୧୮ ଜୁଲାଇ ୧୧ରେ ଥିରୁଅନନ୍ତପୁରମର ଏକ କାର୍ଯ୍ୟକ୍ରମରେ ଶଶୀ ଥରୁର କହିଥିଲେ ଯେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଜିତିଲେ ଗଣତାନ୍ତ୍ରିକ ସମ୍ବିଧାନକୁ ନଷ୍ଟ କରିଦେବ। କାରଣ ଭାରତୀୟ ସମ୍ବିଧାନକୁ ନଷ୍‍ଟ କରି ଏକ ନୂଆ ସମ୍ବିଧାନ ଲେଖିବ ପାଇଁ ବିଜେପି ପାଖଷର ସବୁ ତତ୍ତ୍ୱ ରହିଛି। ବିଜେପି ଦ୍ୱାରା ଲେଖିତ ସମ୍ବିଧାନ ସମ୍ପୂର୍ଣ୍ଣ ରୂପେ ହିନ୍ଦୁ ରାଷ୍ଟ୍ର ସିଦ୍ଧାନ୍ତ ଉପରେ ଆଧାରିତ ହେବ। ଏଭଳି ଭାବେ ବିଜେପି ଭାରତକୁ ‘ହିନ୍ଦୁ ପାକିସ୍ତାନ’ରେ ପରିଣତ କରିଦେବ। ସେଠାରେ ସଂଖ୍ୟାଲଘୁଙ୍କ ଅଧିକାରକୁ ହରଣ କରାଯିବ ଓ ସେମାନଙ୍କର କୌଣସି ସମ୍ମାନ ରହିବ ନାହିଁ। ଏହି ମନ୍ତବ୍ୟ ଏବେ ଶଶୀ ଥରୁରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories