www.samajalive.in
Sunday, December 7, 2025
15.1 C
Bhubaneswar

ଖସୁଛି ଜଳ ସ୍ଥର, ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟ ଜୋରଦାର

ନୂଆଦିଲ୍ଲୀ: ମହାରାଷ୍ଟ୍ରର କ୍ରିଷ୍ଣା ଓ ପଞ୍ଚଗଙ୍ଗା ନଦୀରେ ଜଳପତନ ହ୍ରାସ ପାଇଥିବାରୁ ବନ୍ୟା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ସାଙ୍ଗଲି ଓ କୋହ୍ଲାପୁର ଜିଲ୍ଲାରେ ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି। ସେହି ଦୁଇଟିଯାକ ଜିଲ୍ଲାରେ ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ରାଜ୍ୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବନ୍ୟା ଓ ବର୍ଷା ବିତ୍‍ପାତରେ ସାଙ୍ଗଲି, କୋହ୍ଲାପୁର, ସତରା, ପୁନେ ଓ ସୋଲାପୁର ଜିଲ୍ଲାରେ ଆଉ ତିନୋଟି ମୃତ ଦେହ ମିଳିଲା ପରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଥିବା ବେଳେ ତିନି ଜଣ ଲୋକଙ୍କର ପତ୍ତା ମିଳୁନାହିଁ।

ଆସନ୍ତା କେଇଦିନ ଧରି ଉତ୍ତର ଓ ଦକ୍ଷିଣ ଗୋଆରେ ମୂଷଳଧାରାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଆସନ୍ତା ଦୁଇଦିନ ଧରି ମହାରାଷ୍ଟ୍ର-ଗୋଆ ଉପକୂଳରେ ଘଣ୍ଟାକୁ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ ଏବଂ ବେଳେବେଳେ ଏହା ୬୫ କିଲୋମିଟରକୁ ବୃଦ୍ଧି ପାଇବାର ଆଶଙ୍କା ରହିଛି। କୋଙ୍କଣ ଓ ଗୋଆରେ ଆଜି ଓ ଆସନ୍ତାକାଲି ମୂଷଳଧାରାରେ ବର୍ଷା ହେବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଙ୍ଗଲାଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଏହି ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏହି ଲଘୁଚାପ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ।

- Advertisement -

କେରଳରେ ବର୍ଷା କମିଯିବାରୁ ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ସରକାରୀ ଭାବେ ରାଜ୍ୟରେ ୮୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ୨ ଲକ୍ଷ ୭୦ ହଜାର ଲୋକ ବିଭିନ୍ନ ରିଲିଫ୍‍ ଶିବିରରେ ଆଶ୍ରୟ ନେଇଛନ୍ତି। ରାଜ୍ୟର ୬ଟି ଜିଲ୍ଲାରେ ଅରେଞ୍ଜ୍‍ ସତର୍କତା ଜାରି କରାଯାଇଛି। ଆଜି ୯ଟି ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ୍‍ ରହିଛି। କର୍ଣ୍ଣାଟକରେ ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟ ଜୋର୍‍ସୋରରେ ଚାଲିଛି। ୪୮ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୬ ଲକ୍ଷ ୭୩ ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories