www.samajalive.in
Saturday, December 6, 2025
14.1 C
Bhubaneswar

ଲିଭ୍‍ ଇନ୍‍ ସମ୍ପର୍କରେ ଫାଟ: ବିବାହ ପାଇଁ ମନା କରିବାରୁ ଛୁରୀ ଭୁସିଲା ପ୍ରେମିକ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରର କୋହ୍ଲାପୁରରେ ଚାଞ୍ଚଲ୍ୟ । ଲିଭ୍‍-ଇନ୍‍ ରେ ରହୁଥିବା ଜଣେ ୨୩ବର୍ଷୀୟା ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରିଛି ପ୍ରମିକ । କୋହ୍ଲାପୁରର ସରନୋବତୱାଡି ଅଞ୍ଚଳରେ ଏହି ଘଟଣା ଘଟିଛି । ମୃତ ଯୁବତୀଙ୍କ ନାମ ସମୀକ୍ଷା ଭରତ ନରସିଂହେ, ସେ କସବା ବାଭଡାର ବାସିନ୍ଦା ବୋଲି ଜଣାପଡିଛି । ପୁଲିସ କହିଛି ଯେ ମୃତ ସମୀକ୍ଷା ଏବଂ ଅଭିଯୁକ୍ତ ସତୀଶ ଯାଦବ କୋହ୍ଲାପୁରର ଶିବାଜୀ ପୀଠ ଅଞ୍ଚଳର ବାସିନ୍ଦା ଏବଂ ଉଭୟେ ଗୋଟିଏ ସ୍ଥାନରେ କାମ କରୁଥିଲେ । ଉଭୟ ଗତ କିଛି ମାସ ଧରି ସରନୋବତୱାଡି ଅଞ୍ଚଳରେ ରହୁଥିଲେ । ଗତ ୮ଦିନ ଧରି ସେମାନଙ୍କ ମଧ୍ୟରେ ବିବାହକୁ ନେଇ କଳହ ଲାଗି ରହିଥିଲା । ସୂଚନା ଅନୁଯାୟୀ ସତୀଶ ବିବାହ ପାଇଁ ସମୀକ୍ଷାଙ୍କ ଉପରେ ଚାପ ପକାଉଥିଲେ । ହେଲେ ସମୀକ୍ଷା ଏଥିପାଇଁ ପ୍ରସ୍ତୁତ ନଥିଲେ ।
ପୁଲିସ ସୂଚନା ଅନୁସାରେ ଘଟଣା ଦିନ ସମୀକ୍ଷା ତାଙ୍କର ଜଣେ ବନ୍ଧୁଙ୍କୁ ନେଇ ରୁମ୍‍ କୁ ଆସିଥିଲେ । ତେବେ ସତୀଶ ରାଗିଯାଇ ସେଠାରେ ପହଞ୍ଚି ଯୁକ୍ତିତର୍କ କରିବା ସହ ଧାରୁଆ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ । ଛୁରୀ ସମୀକ୍ଷାଙ୍କ ପଞ୍ଜରାରେ ଲାଗିଯିବାରୁ ଗୁରୁତର ହୋଇଥିଲେ ସମୀକ୍ଷା । ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମୀକ୍ଷା ବନ୍ଧୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ସେତେବେଳକୁ ସମୀକ୍ଷାଙ୍କ ମୃତ୍ୟୁ ହୋଇସାରିଥିଲା । ଏନେଇ ଗାନ୍ଧୀନଗର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories