ବ୍ରହ୍ମପୁର: ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ମହିଳା ଥାନାର ଏଏସଆଇ ବବିତା ସୁନା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜଣେ ଅଭିଯୋଗକାରୀ ଓ ତାଙ୍କ ମାଆଙ୍କୁ ମାମଲାରୁ ହଟାଇବା ପାଇଁ ଏଏସଆଇ ୧୦ ହଜାର ଦାବି କରିଥିଲେ । ଆଜି ଥାନା ପରିସରରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ଏଏସଆଇଙ୍କ କାର୍ଯ୍ୟାଳୟ ସମେତ ବାସଭବନରେ ଚଢ଼ାଉ ଜାରି ରହିଛି ।
Popular Categories



