www.samajalive.in
Saturday, December 6, 2025
15.1 C
Bhubaneswar

ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

କୋକସରା  : ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ କରିବାକୁ କୋକସରା ତାଲୁକା ଆଇନ ସେବା ସମିତି ପକ୍ଷରୁ ତାଲୁକା ଆଇନ ସେବା ସମିତିର ଅଧ୍ୟକ୍ଷା ରିତିକା ଜେନାଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କୋକସରା କାର୍ୟ୍ୟରତ ଆଇନଜୀବୀ, ପୁଲିସ କର୍ମଚାରୀ,ସ୍ଥାନୀୟ ଡିଗ୍ରୀ ମହାବିଦ୍ୟାଳୟର ଏନ.ସି.ସି ଛାତ୍ର ଛାତ୍ରୀମାନେ ସାମିଲ ହୋଇ କୋର୍ଟ ପରିସରୁ ଏକ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମାକାରୀ ଲୋକଙ୍କୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ କରିବା ସହ ଗାଡି ମୋଟର ଚଳାଇବା ପାଇଁ ଲୋକଙ୍କୁ ସଚେତନ କରିଥିଲେ ।
ଏହି ସମୟରେ କୋକସରା ବାର ଆସୋସେସନର ସଭାପତି ରସିକରାଜ ଦୁର୍ଗା, ସରକାରୀ ଆଇନଜୀବୀ ଅଜିତ କୁମାର ପଟ୍ଟନାୟକ, ଆଇନଜୀବୀ ମନୋଜ କୁମାର ନାଏକ, ଆଇନଜୀବୀ ଲକ୍ଷ୍ମୀକାନ୍ତ ଖମାରୀ, ଆଇନଜୀବୀ ଲକ୍ଷ୍ମୀଧର ମେହେର, ଆଇନଜୀବୀ ପ୍ରେମଲାଲ ସିଂ, ଆଇନଜୀବୀ ସୁଜିତ କୁମାର ପଟ୍ଟନାୟକ, ଆଇନଜୀବୀ ଜଗା ପଟ୍ଟନାୟକ, କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ, ଏନ.ସି.ସି କମାଣ୍ଡେଣ୍ଟ ଅଶ୍ବିନୀ କୁମାର ପଟ୍ଟନାୟକ, ଓ କୋର୍ଟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories