www.samajalive.in
Saturday, December 6, 2025
14.1 C
Bhubaneswar

ମର୍ମନ୍ତୁଦ ଦୁର୍ଘଟଣାରେ ୪ ଶ୍ରମିକ ମୃତ

ନୂଆଦିଲ୍ଲୀ : ଦିଲ୍ଲୀର ଜଖିରା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୪ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏକ ଟ୍ରକ ଶ୍ରମିକମାନଙ୍କୁ ଧକ୍କା ଦେବାରୁ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଆନନ୍ଦ ପର୍ବତ ଥାନା ଅଞ୍ଚଳରେ ଘଟିଛି। ମୃତକଙ୍କ ମଧ୍ୟରେ ପତି-ପତ୍ନୀ ଓ ବାପା-ପୁଅ ରହିଛନ୍ତି।
ସୂଚନା ଯୋଗ୍ୟ, ଦିଲ୍ଲୀ ପୁଲିସ ସୂଚନାନୁସାରେ,ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଦ୍ରୁତ ଗତିରେ ଆସୁଥିବା ଟ୍ରକ ନିୟନ୍ତ୍ରଣ ହରାଇ ରାସ୍ତା ନିର୍ମାଣ କାର୍ଯ୍ୟରେ ଥିବା ଶ୍ରମିକଙ୍କ ଉପରେ ଓଲଟି ପଡିଥିଲା। ଏହାପରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ରାତି ପ୍ରାୟ ୧ଟା୨୭ରେ ଏହି ଦୁର୍ଘଟଣା ଘଟିଥିବା ନେଇ ପୁଲିସ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ସହ କ୍ରେନ ଦ୍ୱାରା ଟ୍ରକ ଉଠାଇ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ମାତ୍ର ସେମାନଙ୍କ ମୃତ୍ୟୁ ହୋଇସାରିଥିଲା। ଘଟଣାର ତଦନ୍ତ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories