www.samajalive.in
Saturday, December 6, 2025
26.1 C
Bhubaneswar

ମଜଭୂତ ଓ ରେଶମୀ କେଶ ପାଇଁ ସୋରିଷ ତେଲ ମାସ୍କ..

ବର୍ତ୍ତମାନ ସମୟରେ ଦୁର୍ବଳ ଓ ଶୁଷ୍କ କେଶ ପାଇଁ ସଭିଏଁ ଚିନ୍ତିତ। ପ୍ରଦୂଷଣ, ଭୁଲ ଖାଦ୍ୟପେୟ, କେମିକାଲ ଯୁକ୍ତ ଜିନିଷର ବ୍ୟବହାର କେଶ ଝଡିବାର ମୁଖ୍ୟ କାରଣ। ତେଣୁ କେଶର ଅଧିକ ଯତ୍ନ ନେବା ଆବଶ୍ୟକ। ମଜଭୂତ କେଶ ପାଇଁ ସୋରିଷ ତେଲର ମାସ୍କ ବେଶ ଲାଭଦାୟକ। ଜାଣନ୍ତୁ କିଭଳି ଏହାକୁ ପ୍ରସ୍ତୁତ କରିବେ..

ପ୍ରଥମେ ଏକ ପାତ୍ରରେ କଦଳୀକୁ ଭଲ ଭାବେ ଚକଟି ଦିଅନ୍ତୁ। ଏଥିରେ ଗୋଟିଏ ଚାମଚ ସୋରିଷ ତେଲ ଓ ଅଧ କପ ଦହି ମିଶାନ୍ତୁ। ଏହି ମିଶ୍ରଣକୁ କେଶର ମୂଳରେ ଲଗାନ୍ତୁ। ୩୦ ମିନିଟ୍‌‌ ଯାଏଁ ଏହାକୁ କେଶରେ ଲଗାଇ ରଖି ଧୋଇ ଦିଅନ୍ତୁ। ସପ୍ତାହକୁ ୨ଥର ଏହି ପ୍ୟାକ୍‌‌ର ବ୍ୟବହାର କରି ପାରିବେ।

- Advertisement -

କେଶକୁ ମଜଭୂତ କରିବା ପାଇଁ ୩ ଚାମଚ ଏଲୋବେରା ଜେଲ୍‌‌, ୨ ଚାମଚ ସୋରିଷ ତେଲକୁ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ।

ଏକ ପାତ୍ରରେ ଅଣ୍ଡାକୁ ଭାଙ୍ଗି ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏଥିରେ ସୋରିଷ ତେଲ ମିଶାନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ।

ଆଉ ଏକ ପ୍ୟାକ୍‌‌ ପ୍ରସ୍ତୁତ କରିବା ପାଇଁ ମେଥି ଦାନାକୁ କିଛି ସମୟ ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ଏହାକୁ ପେଷି ପେଷ୍ଟ କରି ଦିଅନ୍ତୁ। ନିଜ ଇଚ୍ଛାରେ ମେଥି ଗୁଣ୍ଡ ମଧ୍ୟ ବ୍ୟବହାର କରିପାରିବେ। ଏବେ ଏଥିରେ ଲେମ୍ବୁ ରସ ଓ ସୋରିଷ ତେଲ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ କେଶ ମୂଳରେ ଭଲ ଭାବେ ଲଗାନ୍ତୁ। ପ୍ରାୟ ୩୦ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories