www.samajalive.in
Monday, December 15, 2025
16.1 C
Bhubaneswar

କୋଇଡ଼ା ରାସ୍ତା ନିର୍ମାଣରେ ତ୍ରୁଟି; ରାସ୍ତାରେ ଦିନଦିନ ଅଟକି ରହୁଛି ମାଲବାହୀ ଗାଡ଼ି

କୋଇଡ଼ା: ସୁନ୍ଦରଗଡ଼ର ଖଣି ସମୃଦ୍ଧ ଅଞ୍ଚଳ କୋଇଡ଼ା ରାଜ୍ୟକୁ ଦେଉଛି ବିପୁଳ ରାଜସ୍ବ । ଦେଶର ଇସ୍ପାତ ଶିଳ୍ପକୁ ସମୃଦ୍ଧ କରିବାରେ ଏହି ଅଞ୍ଚଳର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ । ମାତ୍ର ଜୀବନସାରା ଧୂଳି ଆଉ ରାସ୍ତା ଜାମକୁ ସହ୍ୟ କରି ଆସୁଥିବା କୋଇଡ଼ାବାସୀଙ୍କ ଦୁଃଖ ଦୂର ହେଉନାହିଁ । ପକ୍କା ରାସ୍ତା ନିର୍ମାଣ ହେଲେ ମଧ୍ୟ ଠିକା ସଂସ୍ଥାର ଢ଼ାଞ୍ଚାଗତ ତୃଟି ଯୋଗୁଁ ପରିସ୍ଥିତି ସୁଧୁରିବା ବଦଳରେ ଅଧିକ ଉତ୍କଟ ହେବାରେ ଲାଗିଛି ।

- Advertisement -

କୋଇଡ଼ା ରୁ କଲେଇପୋଷ ରାସ୍ତାଟି କଂକ୍ରିଟ କରାଯାଇଥିଲେ ମଧ୍ୟ  ଟେନସା ଦୁର୍ଗା ମନ୍ଦିର ତଳ ଘାଟି ଟି ଏମିତି ଢଙ୍ଗ ରେ ହେଲା କି ସେଥିରେ ମାଲବାହୀ ଗାଡ଼ିଗୁଡ଼ିକ ଉପରକୁ ଉଠିବାରେ ସକ୍ଷମ ହେଉ ନାହାନ୍ତି । ଫଳରେ  କୋଇଡ଼ା ଖଣି ଅଞ୍ଚଳରୁ ବଣାଇଁ, ରାଜାମୁଣ୍ଡା, ବରସୁଆଁ ରେଳ ସାଇଡିଂ, ଚାନ୍ଦିପୋଷ ରେଳ ସାଇଡିଂ, ରାଉରକେଲା, ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର, ରାୟଗଡ ଆଦି ଅଞ୍ଚ କୁ କଞ୍ଚାମାଲ ନେଇ ଯାଉଥିବା ଭାରିଯାନଗୁଡ଼ିକ ଶହଶହ ସଂଖ୍ୟାରେ ରାସ୍ତାର ଉଭୟ ପାଖରେ ଅଟକି ରହୁଛନ୍ତି ।
ଟେନସା ଘାଟିଟି କୁ କାଟି ରାସ୍ତା ନିର୍ମାଣ ନ ହୋଇ ପୁରୁଣା କଂକ୍ରିଟ ଉପରେ ନୂଆ କଂକ୍ରିଟ ହୋଇ ଥିବାରୁ ମୋଡ଼ ସ୍ଥାନରେ ତୀଖ ଉଠାଣିରେ ଭାରିଯାନଗୁଡ଼ିକୁ ଘାଟି ଚଢ଼ିବାକୁ ସକ୍ଷମ ହେଉ ନାହାନ୍ତି । ତେଣୁ ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଷ୍ଟି ଦିଆଯିବାକୁ ସାଧାରଣରେ ଦାବି ହୋଇଛି ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories