www.samajalive.in
Sunday, December 14, 2025
18.1 C
Bhubaneswar

ଲିଫ୍ଟରେ ଘଟୁଥିବା ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସାଧାରଣତଃ ଅଧିକ ମହଲା ବିଶିଷ୍ଟ ଉଚ୍ଚ କୋଠାଘର ମାନଙ୍କରେ ବାସ କରୁଥିବା ଲୋକମାନଙ୍କର ଲିଫ୍ଟ ବିନା ଯିବା ଆସିବା ଏକପ୍ରକାର ବନ୍ଦ ହୋଇଯାଇଥାଏ। ତେବେ ଅଧିକ ମହଲା ବିଶିଷ୍ଟ ଘର ମାନଙ୍କରେ ଲିଫ୍ଟ ରହିବା ଯେତିକି ଜରୁରୀ ହୋଇଥାଏ, ସେତିକି ଜରୁରୀ ହୋଇଥାଏ ବ୍ୟବହାରକାରୀମାନେ ଏହାର କାର୍ଯ୍ୟପ୍ରଣାଳୀ ବିଷୟରେ ଭଲ ଭାବେ ଅବଗତ ହେବା। ଅନେକ ଥର ଲିଫ୍ଟ ଦୁର୍ଘଟଣାଗ୍ରସ୍ତ ହେବା, ଖସି ପଡ଼ିବା ବା ହଠାତ୍‍ ବନ୍ଦ ହୋଇଯିବା ଭଳି ଖବର ଶୁଣିବାକୁ ମିଳିଥାଏ। ଆପଣଙ୍କ ସହ ମଧ୍ୟ ଅଫିସରେ, ଡାକ୍ତରଖାନାରେ, ଘରେ ବା ଅନ୍ୟ କେଉଁ ସ୍ଥାନରେ ଏପରି ଘଟିପାରେ। ତେବେ ଚାଲନ୍ତୁ ଜାଣିବା ଲିଫ୍ଟରେ ହଠାତ୍‍ ଘଟୁଥିବା ଏପରି ଦୁର୍ଘଟଣାରୁ କିପରି ସହଜରେ ବର୍ତ୍ତି ପାରିବା –

ବେଳେବେଳେ ଆମେ ଲିଫ୍ଟରେ ଯାଉଥିବା ସମୟରେ ଲିଫ୍ଟର ଲାଇଟ୍‍ ହଠାତ୍‍ ବନ୍ଦ ହୋଇଯାଏ। ସେହି ସମୟରେ ଆମେ ବ୍ୟସ୍ତ ହୋଇ ଲିଫ୍ଟର ବଟନ୍‍ ବାରମ୍ବାର ଦବାଇ ଥାଆନ୍ତି, ହେଲେ ଏହାଦ୍ୱାରା କୌଣସି ଫଳ ମିଳି ନଥାଏ। ସେହି ସମୟରେ ଆମେ ଫୋନର ଲାଇଟ୍‍ ସାହାଯ୍ୟରେ ଲିଫ୍ଟରେ ଲାଗିଥିବା ଆଲାର୍ମ ବଟନ ଦବାଇବା ଆବଶ୍ୟକ। ଯଦ୍ୱାରା ଆମକୁ ଗାର୍ଡ଼ କିମ୍ବା ଅନ୍ୟ କାହାଠାରୁ ତୁରନ୍ତ ସାହାଯ୍ୟ ମିଳିପାରିବ।

- Advertisement -

କିଛିଲୋକ ଲିଫ୍ଟକୁ ଭିତରୁ ଖୋଲିବାକୁ ମଧ୍ୟ ଚେଷ୍ଟା କରନ୍ତି। ହେଲେ ଏହାଦ୍ୱାର କିଛି ଲାଭ ମିଳି ନଥାଏ। ଲିଫ୍ଟରେ ଏକ ପାୱାର ବଟନ ଲାଗିଥାଏ। ଯାହାକୁ ଦବାଇବା ଦ୍ୱାରା କିଛି ସମୟ ପରେ ଲିଫ୍ଟ ଚାଲିବାକୁ ଆରମ୍ଭ କରେ। ପାୱାର ବଟନ ଦବାଇବା ପରେ ଆମକୁ ଧୈର୍ଯ୍ୟର ସହିତ ଲିଫ୍ଟରେ କିଛି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ।

କେବେହେଲେ ଭୁଲରେ ମଧ୍ୟ ଲିଫ୍ଟ ଭିତରେ ସିଗାରେଟ୍‍ ପିଇବା ଉଚିତ ନୁହେଁ। ଏହା ଆମ ପାଇଁ ଓ ଆମ ସହ ଲିଫ୍ଟରେ ଥିବା ଅନ୍ୟମାନଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ସିଗାରେଟ୍‍ ଧୂଆଁରୁ ସର୍ଟ ସର୍କିଟ୍‍ ହେବାର ସମ୍ଭାବନା ମଧ୍ୟ ଥାଏ।

ଲିଫ୍ଟର କ୍ଷମତାରୁ ଅଧିକ ଲୋକ ଥିଲେ ସେଥିରେ ପ୍ରବେଶ କରିବା ଅନୁଚିତ। ଏଥିସହିତ ଲିଫ୍ଟର ଦ୍ୱାର ବନ୍ଦ ହେଉଥିବା ସମୟରେ ହାତ ଦେଖାଇ ତାକୁ ଅଟକାଇବା ଉଚିତ୍‍ ନୁହେଁ। ବହୁ ସମୟରେ ଏହା କ୍ଷତି ପହଞ୍ଚାଇଥାଏ।

ଲିଫ୍ଟ ଭିତରେ ଜୋରରେ କୁଦିବା ଓ ବଟନକୁ ବାରମ୍ବାର ଦବାଇବା ଉଚିତ୍‍ ନୁହେଁ। ଏ କ୍ଷେତ୍ରରେ ପିଲାମାନଙ୍କ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ସୂଚନା ଅନୁସାରେ, ଆମେରିକା ନିବାସୀ ଓଟିସ ନାମକ ଯୁବକ ଲିଫ୍ଟର ନିର୍ମାଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories