www.samajalive.in
Sunday, December 7, 2025
26.1 C
Bhubaneswar

ସାମାନ୍ୟ ଟାହି ଟାପରାକୁ ନେଇ ୧୦ମ ଶ୍ରେଣୀର ଛାତ୍ର ଅନ୍ୟ ଏକ ଛାତ୍ରକୁ ଛୁରୀ ଭୂଷିଲା

ଭଂଜନଗର: ଯେଉଁ ହାତରେ କଳମ ଧରିବା କଥା ସେହି ହାତରେ ଛୁରୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଂ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ। ଏହି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଜନୈକ ଏକ ଛାତ୍ର ଅନ୍ୟ ଏକ ଛାତ୍ରକୁ ଛୁରୀରେ ପେଟକୁ ଭୂଷି ପକାଇଛି। ଗୁରୁତର ଅବସ୍ଥାରେ ପ୍ରଥମେ ଛାତ୍ରଟିକୁ ଭଂଜନଗର ଉପଖଣ୍ଡିୟ ସରକାରୀ ହସପିଟାଲ ଓ ପରେ ବ୍ରହ୍ମପୁର ବଡମେଡିକାଲ ପଠାଯାଇଛି। ବୁଧବାର ପ୍ରାୟ ୧୧ଟା ବେଳେ ଛାତ୍ରଛାତ୍ରଙ୍କ ସାମାନ୍ୟ ଖେଳବୁଲ ସମୟରେ ଏପରି ଅଭବାନୀୟ ଘଟଣା ଘଟିଥିଲା। ଛାତ୍ରଜଣଙ୍କ ବହିବସ୍ତାନୀ ଭିତରେ ଛୁରୀ ଧରି ଆସି ଅନ୍ୟ ଏକ ଛାତ୍ରକୁ ଆକ୍ରମଣ କରିବା ଘଟଣା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀଙ୍କୁ ସ୍ତବ୍ଧ କରିପକାଇଥିଲା।

ଆକ୍ରମଣକାରୀ ଛାତ୍ରଜଣକ ଛୁରୀରେ ଭୂଷିଥିବା ଛାତ୍ରର ନାଁକୁ ନେଇ ଟାହି ଚଗଲାମି କଥାବାର୍ତ୍ତା କରିଥିଲା। ଏଥିରେ ଆହାତ ଛାତ୍ର ଜଣକ ପ୍ରତିବାଦ କରିବାରୁ ଆକ୍ରମଣକାରୀ ଛାତ୍ର ଜଣକ ପ୍ରଥମେ ତାକୁ ଠେଲି ପକାଇ ପ୍ୟାଣ୍ଟ ପକେଟ୍‍ରୁ ହଠାତ୍‍ ଏକ ଛୁରୀ ବାହାର କରି ତାର ତଳି ପେଟକୁ ଭୂଷି ପକାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ର ଜଣକ ଚିତ୍କାର ଛାଡିବା କ୍ଷଣି ଅନ୍ୟ ସମସ୍ତ ଛାତ୍ର ଓ ଶିକ୍ଷକ, କର୍ମଚାରୀ ପ୍ରମୁଖ ରୁଣ୍ଡ ହୋଇ ଯାଇଥିଲେ। ପରେ ପରେ ଗ୍ରାମବାସୀ ବିଦ୍ୟାଳୟଠାରେ ରୁଣ୍ଡ ହୋଇ ତତକ୍ଷାଣ ଭଂଜନଗର ହାସପିଟାଲ ନେଇ ଆସିଥିଲେ। ଏଠାରେ ଡାକ୍ତର ଛାତ୍ରଟିର ଚିକିତ୍ସା ଚଳାଇଥିଲେ ହେଁ ପେଟର ଆଭ୍ୟନ୍ତରଣକୁ ଆଘାତ ଲାଗିଥିବା କଥା ଡାକ୍ତର ପ୍ରକାଶ କରି ତତ୍‍କାଳ ବ୍ରହ୍ମପୁର ବଡମେଡିକାଲ ପଠାଇଥିଲେ। ଏଡି ଘଟଣା ଚତୁର୍ଦିଗ ପ୍ରସାରିତ ହେବା କ୍ଷଣି ହସପିଟାଲ ଲୋକାରଣ୍ୟ ହୋଇ ପଡିଥିଲା। ଛାତ୍ରଟିର ପେଟକୁ ବ୍ୟାଣ୍ଡେଜ କରାଯାଇ ସାଲାଇନ, ଇଞ୍ଜେକ୍ସନ୍‍ ଦିଆଯାଇ ଚିକିତ୍ସା ଚାଲିବା ବେଳେ ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲା।

- Advertisement -

ସୂଚନା ଯୋଗ୍ୟ ଯେ, ଛାତ୍ରଛାତ୍ରୀ ବିଦ୍ୟାଳୟରେ ପାଠ ପଢି ସୁସ୍ଥ ଭବିଷ୍ୟତ ଗଢିବା ପରିବର୍ତ୍ତେ ଏଭଳି ବିଶୃଙ୍ଖଳିତ ଆଚରଣ ଆଦୌ ଶୁଭଙ୍କର ନୁହେଁ ବୋଲି ଆଜିର ବଡବୋରିସିଂ ବିଦ୍ୟାଳୟର ଏକ ଛାତ୍ରଙ୍କ ଅଶୋଭନୀୟ ଆଚରଣରୁ ସ୍ପଷ୍ଟ ରୂପେ ଜଣାପଡିଛି। ତେବେ ଛାତ୍ରଟି ବିଦ୍ୟାଳୟକୁ ଛୁରୀ କିପରି ଧରି ଆସିଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସଂପୃକ୍ତ ଛାତ୍ରଜଣକ ଗତ କିଛି ଦିନ ଧରି ଏକ ଛୁରୀ କିଣି ବହି ବସ୍ତାନୀ ଭିତରେ ଧରି ବିଦ୍ୟାଳୟ ପରିସରକୁ ଆସୁଥିଲା ବୋଲି ସାଥିରେ ଆସିଥିବା ଅନ୍ୟ କିଛି ଛାତ୍ର ପ୍ରକାଶ କରିଥିଲେ। ତେବେ, କାହିଁକି ଛାତ୍ରଟି ପାଠ ପଢା ପରିବର୍ତ୍ତେ ଏପରି ଦୁଷ୍ଟାମୀ ପଥକୁ ଆପେଣେଇ ନେଇଥିଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି। ଗାଙ୍ଗପୁର ପୁଲିସ୍‍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories