ଲର୍ଡସ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଡର୍ସରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ଓପନର ଲୋକେଶ ରାହୁଲ ଶତକ ହାସଲ କରିଥିଲେ। ରାହୁଲ ୧୭୭ଟି ବଲରୁ ୧୩ଟି ଚୌକା ସହ ୧୦୦ରନ କରି ଆଉଟ୍ ହୋଇଥିଲେ। ଲଡର୍ସରେ ଶତକ ହାସଲ କରିବା ପରେ ରାହୁଲ ଖୁସି ବ୍ୟକ୍ତ କରିଛନ୍ତି। ଏହା ମୋ ପାଇଁ ସ୍ବତନ୍ତ୍ର ମୁହୂର୍ତ୍ତ ଥିଲା ବୋଲି ରାହୁଲ କହିଛନ୍ତି। ଇନିଂସରେ ମୁଁ ମୋ ଦାୟିତ୍ବକୁ ତୁଲାଇବା ନେଇ ପ୍ରଥମରୁ ଗୁରୁତ୍ବ ଦେଇଥିଲି। ଦଳକୁ ଭଲ ଆରମ୍ଭ ଦେବା ନେଇ ଖେଳିଥିଲି। ପ୍ରଦର୍ଶନକୁ ନେଇ ମୁଁ ସମ୍ପୂର୍ଣ୍ଣ ଖୁସି ବୋଲି ରାହୁଲ କହିଛନ୍ତି। ଲଡର୍ସରେ ପୂର୍ବରୁ ଖେଳିବାର ଅଭିଜ୍ଞତା ରହିଥିଲା। ଉକ୍ତ ଗ୍ରାଉଣ୍ଡରେ ଏହା ମୋର ଦ୍ବିତୀୟ ଟେଷ୍ଟ ଶତକ । ପୂର୍ବରୁ ୨୦୨୧ରେ ଇଂଲଣ୍ଡ ଗସ୍ତ ସମୟରେ ଲଡର୍ସ ଟେଷ୍ଟରେ ଶତକ ହାସଲ କରିଥିଲି। ଉକ୍ତ ଗ୍ରାଉଣ୍ଡରେ ଶତକ ହାସଲ କରିବା ସବୁଠାରୁ ସ୍ବତନ୍ତ୍ର ବୋଲି ରାହୁଲ କହିଛନ୍ତି। ଚତୁର୍ଥ ୱିକେଟରେ ଋଷଭ ପନ୍ତଙ୍କ ସହ ରାହୁଲ ୧୪୧ରନ ଭାଗିଦାରୀ କରିଥିଲେ। ଫଳରେ ଭାରତ ପ୍ରଥମ ଇନିଂସରେ ୩୮୭ରନ କରିବାରେ ସଫଳ ହୋଇଥିଲା। ରାହୁଲ ଚଳିତ ଟେଷ୍ଟ ଶୃଙ୍ଖଳାରେ ୩ଟି ମ୍ୟାଚରୁ ୫ଟି ଇନିଂସରୁ ଦୁଇଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୩୩୬ରନ କରିଛନ୍ତି।
Popular Categories



