www.samajalive.in
Friday, December 12, 2025
15.1 C
Bhubaneswar

ଭାରତୀୟ ଦଳରୁ ପାଣ୍ଡ୍ୟା ଓ ରାହୁଲ ବାସନ୍ଦ

ମୁମ୍ବଇ: ଟିଭି କାର୍ଯ୍ୟକ୍ରମ ’କଫି ୱିଥ୍‌ କରନ୍‌’ରେ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦୁଇ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଭାରତୀୟ ଦଳରୁ ବାସନ୍ଦ କରିଦିଆଯାଇଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପ୍ରଶାସକ ସମିତି (ସିଓଏ) ଶୁକ୍ରବାର ଏହି ନିଷ୍ପତ୍ତି ନେଇଛି।

ଗତମାସରେ ବଲିଉଡ୍‌ ନିର୍ଦେଶକ କରନ ଜୋହରଙ୍କ ଟିଭି କାର୍ଯ୍ୟକ୍ରମ ’କଫି ୱିଥ୍‌ କରନ୍‌’ରେ ଅତିଥିଭାବେ ପାଣ୍ଡ୍ୟା ଓ ରାହୁଲ ଅଂଶଗ୍ରହଣ କରିଥିଲେ। ଜାନୁଆରୀ ୬ରେ ଏହା ଟିଭିରେ ପ୍ରସାରିତ ହୋଇଥିଲା। କରନ୍‌ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ପାଣ୍ଡ୍ୟା ନିଜର ଯୌନ ସମ୍ପର୍କିତ ଘଟଣାକୁ ବର୍ଣ୍ଣନା କରିଥିଲେ। ଆଲୋଚନା ସମୟରେ ପାଣ୍ଡ୍ୟା ମହିଳାଙ୍କ ସମ୍ମାନ ଓ ସ୍ବାଭିମାନ ପ୍ରତି ଆଞ୍ଚ ଆଣୁଥିବା ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ରାହୁଲ ଏ ପ୍ରସଙ୍ଗରେ ସତର୍କତା ଅବଲମ୍ବନ କରି ନିରବ ରହିଥିଲେ ସୁଦ୍ଧା କାର୍ଯ୍ୟକ୍ରମରେ ଭାଗନେଇଥିବାରୁ ତାଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି। ଟେଲିଭିଜନରେ ପାଣ୍ଡ୍ୟାଙ୍କର ଏଭଳି ଆଭିମୁଖ୍ୟକୁ ଉଭୟ ପୁରୁଷ ଓ ମହିଳା ଦର୍ଶକ ତୀବ୍ର ସମାଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମ​‌ରେ ଦର୍ଶକଙ୍କ ପ୍ରତିକ୍ରିୟା ପ୍ରକାଶ ପାଇବାପରେ ବିସିସିଆଇ ପକ୍ଷରୁ ବୁଧବାର ପାଣ୍ଡ୍ୟା ଓ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ୨୪ ଘଣ୍ଟା ମଧ୍ୟରେ କୈଫିୟତ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଥିଲା। ନୋଟିସ ଜାରି କରାଯିବା ପୂର୍ବରୁ ପାଣ୍ଡ୍ୟା ଏହି ଘଟଣା ପାଇଁ ଅନୁତାପ କରିବା ସହ ଇନ୍‌ଷ୍ଟାଗ୍ରାମ ଜରିଆରେ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ। ଆବେଗର ବଶବର୍ତ୍ତୀ ହୋଇ ସେ ମହିଳାଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଇଥିଲେ ବୋଲି ପାଣ୍ଡ୍ୟା କହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories