www.samajalive.in
Saturday, December 13, 2025
21.1 C
Bhubaneswar

ଫିଲ୍ମ ସେଲିବ୍ରିଟି : ଦୀପିକାଙ୍କ ‘ବ୍ରାଣ୍ଡ୍‍ ଭ୍ୟାଲ୍ୟୁ’ ଶୀର୍ଷରେ

ମୁମ୍ବଇ : ‘ଡଫ୍‍ ଆଣ୍ଡ୍‍ ଫେଲ୍ପସ୍‍’ ଦ୍ୱାରା ପ୍ରକାଶିତ ସବୁଠାରୁ ଅଧିକ ବ୍ରାଣ୍ଡ୍‍ ଭ୍ୟାଲ୍ୟୁ ସେଲିବ୍ରିଟି ତାଲିକାରେ ଦୀପିକା ଚମକାଇବା ଭଳି ସ୍ଥାନ ଅଧିକାର କରିଛନ୍ତି। ତାଲିକାରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଏଥିସହିତ ସେ ସବୁଠାରୁ ଅଧିକ ବ୍ରାଣ୍ଡ୍‍ ଭ୍ୟାଲ୍ୟୁ ଥିବା ଫିଲ୍ମ ସେଲିବ୍ରିଟି ପାଲଟିଛନ୍ତି। ଦୀପିକାଙ୍କ ବ୍ରାଣ୍ଡ୍‍ ଭ୍ୟାଲ୍ୟୁ ୧୦୨.୫ ରହିଛି। ଗତବର୍ଷ ସେ ତୃତୀୟ ସ୍ଥାନରେ ରହିଥିଲେ। ଗତବର୍ଷ ଦ୍ୱିତୀୟ ସ୍ଥାନରେ ଶାହାରୁଖ ଖାନ୍‍ ଥିଲେ। ଏଥର ସେ ଦ୍ୱିତୀୟ ସ୍ଥାନରୁ ତଳକୁ ଖସି ପଞ୍ଚମ ସ୍ଥାନକୁ ଆସିଛନ୍ତି। ତାଲିକାରେ କ୍ରିକେଟର୍‍ ବିରାଟ କୋହଲୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ବ୍ରାଣ୍ଡ ଭ୍ୟାଲ୍ୟୁ ୧୭୦.୯ ରହିଛି। ଗତ ବର୍ଷ ମଧ୍ୟ ସେ ପ୍ରଥମ ସ୍ଥାନରେ ରହିଥିଲେ। ଏହି ତାଲିକାରେ ଅକ୍ଷୟ କୁମାର ତୃତୀୟ ସ୍ଥାନରେ ରହିଥିବା ବେଳେ ରଣବୀର ସିଂହ ଚତୁର୍ଥ ସ୍ଥାନରେ ରହିଛନ୍ତି। ଶାହାରୁଖ ପଞ୍ଚମ ସ୍ଥାନରେ ଓ ସଲମାନ ଖାନ ଷଷ୍ଠ ସ୍ଥାନରେ ରହିଛନ୍ତି। ଅମିତାଭ ବଚ୍ଚନଙ୍କୁ ତାଲିକାରେ ସପ୍ତମ ସ୍ଥାନ ମିଳିଛି।

ଉଲ୍ଲେଖଯୋଗ୍ୟ, ସେଲିବ୍ରିଟିଙ୍କ ଆୟ, ବଜାର ଚାହିଦା ଓ ସେମାନଙ୍କ ପ୍ରଦର୍ଶନ, ଫିଲ୍ମର ବ୍ୟବସାୟିକ ପ୍ରଦର୍ଶନ, ବକ୍ତିତ୍ୱ ଓ ଲୋକପ୍ରିୟତା ଭିତ୍ତିରେ ଏହି ତାଲିକା ପ୍ରସ୍ତୁତ କରାଯାଏ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories