www.samajalive.in
Monday, December 15, 2025
17.1 C
Bhubaneswar

ସଶକ୍ତ ରଥକୁ ପିପିଲିରେ ଭବ୍ୟ ସ୍ୱାଗତ

ପିପିଲି : ଭିନ୍ନକ୍ଷମ ଅଧିକାର ଆଇନ-୨୦୧୬ ସଂପର୍କରେ ବ୍ୟାପକ ଜନସଚେତନତା ପାଇଁ ପୁରୀରୁ ବାହାରିଥିବା ସଶକ୍ତ ରଥକୁ ପିପିଲି ଠାରେ ବୁଧବାର ସଂନ୍ଧ୍ୟାରେ ଭବ୍ୟ ସ୍ୱାଗତ କରାଯାଇଛି । ଏହି ଅବସରରେ ପଥପ୍ରାନ୍ତ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଭିନ୍ନକ୍ଷମଙ୍କ ପାଇଁ ଆଇନ୍‍ରେ ଥିବା ବିଭିନ୍ନ ବ୍ୟବସ୍ଥା ସଂପର୍କରେ ପ୍ରଚାର କରାଯାଇଥିଲା ।
ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗରେ ତଥା ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ସ୍ୱାଭିମାନ’ର ମୁଖ୍ୟ ଡ଼ଃ ସୃତି ମହାପାତ୍ରଙ୍କ ନେତୃତ୍ୱରେ ସଶକ୍ତ ରଥ ପିପିଲିରେ ପହଞ୍ôଚବା ପରେ ହାଟଛକ ଠାରେ ବିଭିନ୍ନ ସଂଗଠନ ଓ ପିପିଲି ବ୍ଲକ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ଏନ୍‍ୱାଇପି ର ରାଜ୍ୟ ସଂଯୋଜକ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସଶକ୍ତ ଅଭିଯାନର ସଂଯୋଜକ ମିହିର ମହାନ୍ତି, ପିପିଲି ବ୍ଲକ ଆତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ, ବ୍ଲକ ବିଏସ୍‍ଏସ୍‍ଓ ମିତାଲି ମଧୁସ୍ମିତା, ଏନ୍‍ୱାଇକେ ପିପିଲି ବ୍ଲକ ସଂଯୋଜିକା ପୁଷ୍ପିତା ପ୍ରିୟଦର୍ଶିନୀ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମଙ୍କ ପାଇଁ ଆଇନ୍‍ରେ ଥିବା ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିବା ସହ ଏସଂପର୍କରେ ଅଧିକ ଜନସଚେତନତା ସୃଷ୍ଟି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପରେ ସ୍ୱାଭିମାନ ଅନୁଷ୍ଠାନର ଦିବ୍ୟାଙ୍ଗ ଯୁବକ, ଯୁବତୀମାନେ ଉକ୍ତ ଆଇନ ବାବଦରେ ଜତସଚେତନତା ସୃଷ୍ଟି ସଂପର୍କିତ ପଥପ୍ରାନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଏପିଓ ସିକ୍ତା ମହାନ୍ତି, ଆର୍‍ଡବ୍ଲ୍ୟୁଏସ୍‍ଏସ୍‍ର କନିଷ୍ଠ ଯନ୍ତ୍ରୀ ନିବେଦିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories