www.samajalive.in
Sunday, December 14, 2025
17.1 C
Bhubaneswar

କିସ୍‍ ବିଶ୍ୱବିଦ୍ୟାଳୟକୁ ମିଳିଲା ନାକ୍‍ ‘ଏ’ ଗ୍ରେଡ଼ ମାନ୍ୟତା

ଭୁବନେଶ୍ବର: କିସ୍‍ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ୍‍ ଆସେସ୍‍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍‍ କାଉନ୍‍ସିଲ୍‍ (ନାକ୍‍) ପକ୍ଷରୁ ‘ଏ’ ଗ୍ରେଡ଼ ମାନ୍ୟତା ପ୍ରଦାନ କରାଯାଇଛି। କିସ୍‍ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା ପାଇଛି। ଦେଶର କୌଣସି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ପ୍ରଥମ ଥରରେ ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା ପାଇବା କ୍ଷେତ୍ରରେ କିସ୍‍ ବିଶ୍ୱବିଦ୍ୟାଳୟ ହେଉଛି ପ୍ରଥମ ଶିକ୍ଷାନୁଷ୍ଠାନ। ୨୦୧୭ ମସିହାରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କିସ୍‍କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଥିଲା।

କିସ୍‍ ବିଶ୍ୱବିଦ୍ୟାଳୟକୁ ପ୍ରଥମ ଥର ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା ମିଳିଥିବାରୁ ଶିକ୍ଷାବିତ୍‍ମାନେ ଖୁସି ବ୍ୟକ୍ତ କରିଛନ୍ତି। କିସ୍‍ ବିଶ୍ୱବିଦ୍ୟାଳୟ ଠିକ୍‍ ସମୟରେ ନାକ୍‍ ମାନ୍ୟତା ପାଇଁ ଆବେଦନ କରି ପ୍ରଥମ ଥରରେ ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା ପାଇବା ହେଉଛି ଏକ ବଡ଼ ସଫଳତା। ଏହା କିସ୍‍ ବିଶ୍ୱବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ଗୁଣାତ୍ମକ ଶିକ୍ଷାକୁ ସୂଚୀତ କରୁଛି ବୋଲି ଶିକ୍ଷାବିତ୍‍ମାନେ କହିଛନ୍ତି। ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ଏଥିପାଇଁ କିସ୍‍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି।

- Advertisement -

ଅନ୍ୟପକ୍ଷରେ କିସ୍‍ର ଏହି ସଫଳତା ପାଇଁ କିସ୍‍ର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଜନଜାତି ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନିରନ୍ତର ଓ ନିଷ୍ଠାପର ପ୍ରୟାସ ଯୋଗୁଁ କିସ୍‍ ଆଜି ଏହି ସଫଳତା ମିଳିପାରିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କିସ୍‍ ବିଶ୍ୱବିଦ୍ୟାଳୟ ହେଉଛି ବିଶ୍ୱର ଏକମାତ୍ର ଜନଜାତି ବିଶ୍ୱବିଦ୍ୟାଳୟ ଏବଂ ଏହା ହେଉଛି ଏକ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସମ୍ପୂର୍ଣ୍ଣ ଆବାସିକ ଓ ନିଃଶୁଳ୍କ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories