www.samajalive.in
Monday, December 8, 2025
14.1 C
Bhubaneswar

ଘର ଅଗଣାରେ ଅହିରାଜ, ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ

କଟକ ଜିଲ୍ଲା ବଡ଼ମ୍ବା ଅନ୍ତର୍ଗତ ସାନବରସିଂ ଗ୍ରାମର ପ୍ରଭାକର ପ୍ରଧାନଙ୍କ ଘରେ ଜଣେ ସ୍ତ୍ରୀ ଲୋକ ଘର ଅଗଣାରେ ଏକ ସାପ ଦେଖିଲେ। ସେ କାହାକୁ ଡାକିବା ପୂର୍ବରୁ ସାପଟି ଅଗଣାରେ ପଡିଥିବା କିଛି ପଥର ଭିତରେ ପଶିଗଲା। ଗାଁ ଲୋକ ଯେତେ ଖୋଜା ଖୋଜି କଲେ ଆଉ ସାପକୁ ପାଇନଥିଲେ। ଯେତେବେଳେ ପଥର ଭିତରେ ସାପଟିକୁ ଦେଖିଲେ କେହି କେହି ଏକ କାଠ ବୋଲି ଭାବିଥିଲେ। ତେବେ ଯେତେବେଳେ ସାପଟି ହଲ ଚଲ ହେବା ଆରମ୍ଭ କଲା, ସେତେବେଳେ କାଠ ନୁହେଁ ସାପ ବୋଲି ନିଶ୍ଚିତ ହେଲେ। କିନ୍ତୁ ଏତେ ବଡ଼ ସାପକୁ ଏକ ଅଜଗର ସାପ ବୋଲି ଭାବି ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ।

ବନ କର୍ମଚାରୀ ଘଟଣା ସ୍ଥଳରେ ପହଁଚିଲେ ସତ, ହେଲେ ଅହିରାଜ ସାପ ବୋଲି ଚିହ୍ନି ପାରି ଆଉ ଉଦ୍ଧାର କରିବା ପାଇଁ ସାହସ ଯୁଟାଇ ପାରିଲେ ନାହିଁ। ଅନ୍ୟ ଉପାୟ ନପାଇ ସ୍ନେକ ହେଲ୍ପଲାଇନକୁ ଖବର ଦିଆଗଲା। ସାପଟି ପଥର ଗଦା ଭିତରେ ବୋଧ ହୁଏ ନିଜର କାତି ଛଡେଇ ବା ପାଇଁ ପଶି ଥିଲା କିନ୍ତୁ ତା ଉପରେ ଏକ ପଥର ରହିଯିବା ହେତୁ ସେ ସେଠାରୁ ଯାଇ ପାରି ନଥିଲା ଓ ସୁ ସୁ ଗର୍ଜ୍ଜନ କରିଥିଲା, କିନ୍ତୁ ତାପରେ ପଥର କାଢି ବହୁ ସତର୍କତା ସହ ସାପଟିକୁ ସ୍ନେକ ହେଲ୍ପଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଦୃଗା ମାଧବ ମହାପାତ୍ର ସୁଶାନ୍ତ ପାତ୍ର, ଅମିତ ସାହୁ ଓ ସ୍ଥାନୀୟ ଯୁବକ ଶୁଭ୍ରାଂଶୁ ମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ୧୪ ଫୁଟ ଲମ୍ବର ବିରାଟ ଅହିରାଜ ସାପକୁ ଉଦ୍ଧାର କରିଥିଲେ। ତେବେ ଶତାଧିକ ଦେଖଣାହାରୀଙ୍କ ଭିଡ଼ ଯୋଗୁଁ ସ୍ନେକ ହେଲ୍ପଲାଇନ ଟିମକୁ ନାକେଦମ ହେବାକୁ ପଡିଥିଲା।

- Advertisement -

ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ଅହିରାଜ ସାପଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ସୁସ୍ଥ ଥିବାର ପ୍ରମାଣ ମିଳିବା ପରେ ବଡ଼ମ୍ବା ରେଞ୍ଜର ଡେପୁଟି ରେଞ୍ଜର ସରୋଜ କୁମାର ମହାନ୍ତିଙ୍କ ଉପସ୍ଥିତିରେ ତଳ ଚନ୍ଦ୍ରଗିରି ରିଜର୍ଭ ଫରେଷ୍ଟରେ ଛାଡି ଦିଆ ଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories