ଅପ୍ରେଲ ୨୭ରେ କିମ୍‌-ମୁନ୍‌ ଭେଟାଭେଟି

0

ନୂଆଦିଲ୍ଲୀ : ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ଆଗକୁ ହାତ ବଢାଇଥିବ ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଅପ୍ରେଲ ୨୭ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏହି ଦିନ ଦୁଇ ଦେଶର ରାଷ୍ଟ୍ରାଧ୍ୟକ୍ଷ କୋରିଆ ଯୁଦ୍ଧ ପରେ ତୃତୀୟ ଥର ସାମ୍ନାସାମ୍ନି ହେବେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉତ୍ତର କୋରିଆର କିମ ଜୋଙ୍ଗ ଉନ୍‌ ଏବଂ ଦକ୍ଷିଣ କୋରିଆର ମୁନ୍‌ ଜେ ଶାନ୍ତି ପ୍ରତିଷ୍ଠା ପାଇଁ କଥାବାର୍ତ୍ତା ହେବେ । କୋରିଆ ଉପଦ୍ୱୀପକୁ ପରମାଣୁ ଅସ୍ତ୍ରଶସ୍ତ୍ର ମୁକ୍ତ କରିବା ପାଇଁ ଦୁଇ ନେତା କଥା ହେବେ । ଉଲ୍ଲେଖ ଯେ ଦୁଇ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ମଧ୍ୟରେ ୨୦୦୭ରେ ଶେଷ ଥର ବୈଠକ ହୋଇଥିଲା। ଅପ୍ରେଲ ୨୭ରେ କିମ୍‌ ଏବଂ ମୁନ୍‌ଙ୍କ ମଧ୍ୟରେ ଦୁଇ ଦେଶର ସୀମାନ୍ତ ଗ୍ରାମ ପାନମୁଞ୍ଜମସ୍ଥିତ ପିସ୍‌ ହାଉସରେ ବୈଠକ ହେବ । ଏହି ବୈଠକ କେତେକ ସଫଳ ହେବ, ତାହା ଦେଖିବାକୁ ବାକି ରହିଲା । ଏହି ବୈଠକ ପୂର୍ବରୁ ଦୁଇ ଦେଶର କଳାକାରଙ୍କ ମଧ୍ୟରେ ଅପ୍ରେଲ ୩ରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହେବ । ଏହା ପରେ ଅପ୍ରେଲ ୪ରେ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ବୈଠକ ହେବ । ଏହି ବୈଠକରେ କିମ୍‌ ଏବଂ ମୁନଙ୍କ ବୈଠକ ପାଇଁ ପ୍ରୋଟେକଲ, ଗଣମାଧ୍ୟମ ସହ ଯୋଗାଯୋଗ, ସୁରକ୍ଷା ନେଇ ଆଲୋଚନା ହେବ ।

Leave A Reply