www.samajalive.in
Friday, December 5, 2025
20.1 C
Bhubaneswar

ମନିପର୍ସ ପାଇଁ ଯୁବକଙ୍କୁ ବିଭତ୍ସ ହତ୍ୟା !

ବାରିପଦା: ମନିପର୍ସରୁ ମହାଭାରତ। ଯୁବକଙ୍କୁ ପିଟି ପିଟି ହତ୍ୟା। ବାରିପଦା ସୁନଗଡିଆରେ ଅଭାବନୀୟ ଘଟଣା ଘଟିଛି । ଶନିବାର ସୁନଗଡିଆରେ ଥିବା ଟିବି ହସ୍ପିଟାଲ ଆଗରେ ରାମଚନ୍ଦ୍ର ମୁଖି ନାମକ ଯୁବକ ଏକ ମନି ପର୍ସ ପାଇଥିଲେ। ଏଥିରେ ୫୫୦ ଟଙ୍କା ଥିଲା। ଏହି ପର୍ସ ନିଜର ବୋଲି କିଛି ଯୁବକ ଦାବି କରିଥିଲେ। ଏହାକୁ ନେଇ ରାମଚନ୍ଦ୍ରଙ୍କ ସହିତ ସେମାନଙ୍କର ଯୁକ୍ତି ତର୍କ ହୋଇଥିଲା। ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଗଣ୍ଡଗୋଳ ଉଗ୍ର ହେବା ପରେ ରାମଚନ୍ଦ୍ର ମୁଖିଙ୍କୁ ଅତି ବିଭତ୍ସ ଭାବେ ଛୁରୀ ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଲୋକ ଉତ୍ତ୍ୟକ୍ତ ହୋଇ ଥାନା ଘେରାଉ କରିଥିଲେ । ପୁଲିସ ସହ ଠେଲାପେଲା ହୋଇଥିଲା। ବୁଝାସୁଝା ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଛି। ହତ୍ୟାରେ ସମ୍ପୃକ୍ତ ଅଭିଯୋଗରେ ପୁଲିସ କିଛି ଯୁବକଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବା ସୂଚନା ମିଳିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories