www.samajalive.in
Friday, December 5, 2025
26.1 C
Bhubaneswar

ଆଫଗାନିସ୍ତାନରେ ପ୍ରବଳ ତୁଷାରପାତ, ୧୫ ମୃତ

କାବୁଲ:  ବିଗତ ତିନିଦିନ ଧରି ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ ହୋଇଛି। ଏଥିରେ ୧୫ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ଆହତ ୩୦ ଜଣଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତୁଷାରପାତ ଯୋଗୁଁ ବଲ୍‌ଖ ଓ ଫରୟାବ୍‌ ପ୍ରଦେଶରେ ୧୦ ହଜାର ଗୃହପାଳିତ ପଶୁଙ୍କର ପ୍ରାଣହାନି ଘଟିଥିବା କୁହାଯାଉଛି। ଆଫଗାନିସ୍ତାନର ଅଧିକାଂଶ ନାଗରିକ ମେଷପାଳକ ଭାବେ ଜୀବିକା ନିର୍ବାହ କରୁଥିବାବେଳେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସେମାନଙ୍କୁ ସର୍ବସ୍ବାନ୍ତ କରିଦେଇଛି। ତୁଷାରପାତ ଯୋଗୁଁ ରାସ୍ତା  ଅବରୋଧ ହୋଇଥିବାରୁ ଗମନା ଗମନରେ ଅସୁବିଧା ସୃଷ୍ଟି ହୋଇଛି। ସେପଟେ ସ୍ଥାନୀୟ ଲୋକ କ୍ଷତିପୂରଣ ପାଇଁ ଦାବି କରିଥିବାବେଳେ ତାଲିବାନ ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। କମିଟି ସଦସ୍ୟମାନେ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିବାବେଳେ ପୀଡିତଙ୍କୁ ଖାଦ୍ୟପେୟ, ଔଷଧ ଏବଂ ଶୀତବସ୍ତ୍ର ପ୍ରଦାନ କରାଯାଇଛି ବୋଲି ଆଫ୍‌ଗାନ ରେଡକ୍ରସ ସୋସାଇଟିର ମୁଖପାତ୍ର ଜଣାଇଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories