www.samajalive.in
Saturday, December 6, 2025
16.1 C
Bhubaneswar

ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ବଜାୟ ରଖିଲା କିଟ୍‍

ଭୁବନେଶ୍ୱର: ଦି ଟାଇମ୍‍ସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍‍ସିଟି ର‍୍ୟାଙ୍କିଂ ୨୦୨୨ରେ କିଟ୍‍ ବିଶ୍ୱବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ‘ଦି ଟାଇମ୍‍ସ ହାଇଅର ଏଜୁକେସନ୍‍’ ପକ୍ଷରୁ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍‍ସିଟି ରାଙ୍କିଂ ଫଳଫଳ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଶ୍ରେଷ୍ଠ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍‍ ୭ଟି ସ୍ଥାନ ଉପରକୁ ଉଠି ୨୪ତମ ସ୍ଥାନରେ ରହିଛି। କିଟ୍‍ର ମୋଟ୍‌ ସ୍କୋର ୩୨+ ରହିଥିବା ବେଳେ ସମଗ୍ର ଏସିଆ ମହାଦେଶରେ କିଟ୍‍ ୨୦୧+ ରାଙ୍କ ବଜାୟ ରଖିଛି। ଭାରତର ଅଳ୍ପ କେତେକ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ ଏହି Ñଙ୍କିଂରେ ରହିଛନ୍ତି।

ଜେନେରାଲ୍‍ ଇଂଜିନିୟରିଂର ଓଭରାଲ୍‍ ବର୍ଗରେ ଶ୍ରେଷ୍ଠ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍‍ ୧୨ତମ ସ୍ଥାନକୁ ଉନ୍ନୀତ ହୋଇ କିଟ୍‍ ଦେଶର ବିଭିନ୍ନ ଆଇଆଇଟି, ଏନ୍‍ଆଇଟି ଓ ଖ୍ୟାତି ସମ୍ପନ୍ନ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ଟେକ ବଜାୟ ରଖିଛି। ଟାଇମ୍‍ସ ହାଇଅର ଏଜୁକେସନ୍‍ ପକ୍ଷରୁ ସାଇଟେସନ୍‍, ଗବେଷଣା, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଓ ଇଣ୍ଡଷ୍ଟ୍ରି ଇନ୍‍କମ୍‍ ଆଦି ବିଭିନ୍ନ ମାନଦଣ୍ଡକୁ ନେଇ ବିଶ୍ୱବିଦ୍ୟାଳୟଗୁଡ଼ିକର ରାଙ୍କିଂ କରାଯାଇଛି। ଟାଇମ୍‍ସ ହାଇଅର୍‍ ଏଜୁକେସନ୍‍ ପକ୍ଷରୁ ୫୦ବର୍ଷ ମଧ୍ୟରେ ପ୍ରତିଷ୍ଠା ଲାଭ କରିଥିବା ଏସିଆର ଲବ୍‍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏହି ଚୟନ ପ୍ରକ୍ରିୟାରେ ସାମିଲ୍‍ କରାଯାଇଛି। ସୂଚନାଯୋଗ୍ୟ, କିଟ୍‍ ୨୫ ବର୍ଷର ଅନୁଷ୍ଠାନ ଓ ମାତ୍ର ୧୮ବର୍ଷର ବିଶ୍ୱବିଦ୍ୟାଳୟ ଭାବେ ଉପରୋକ୍ତ ସମସ୍ତ ମାନଦଣ୍ଡକୁ ପୂରଣ କରି ସମଗ୍ର ଏସିଆରେ ୨୦୧+ ରାଙ୍କରେ ରହିଛି। ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଶୁଭେଚ୍ଛୁ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ତାଙ୍କର ଉତ୍ତମ ଦୂରଦୃଷ୍ଟି ଓ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories