www.samajalive.in
Sunday, December 7, 2025
26.1 C
Bhubaneswar

ପୋଷ୍ଟାଲ ବାଲାଟ ଫଳାଫଳ: ଆରମ୍ଭରୁ ବିଜେଡି ଆଗୁଆ, ବିଜେଡି ପ୍ରାର୍ଥୀ ଅଳକାଙ୍କୁ ମିଳିଛି ୪୭୩୩ ଭୋଟ

ଭୁବନେଶ୍ବର: ପୋଷ୍ଟାଲ ବାଲାଟ ଗଣତି ଶେଷ। ଖୋଲିଲା ଇଭିଏମ, ଆରମ୍ଭ ହେଲା ଗଣତି। ପ୍ରଥମ ପୋଷ୍ଟାଲ ଗଣତିରେ ବିଜେଡି ଆଗୁଆ। ବ୍ରଜରାଜନଗର ଉପନିର୍ବାଚନ ପୋଷ୍ଟାଲ ବାଲାଟ ଭୋଟ ଗଣତି ଫଳାଫଳ ତଥା ପ୍ରଥମ ରାଉଣ୍ଡ ଫଳାଫଳ ପ୍ରକାଶ ପାଇଛି। ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୪୭୩୩ଟି ଭୋଟ ପାଇଥିବା ଜଣାପଡ଼ିଛି। ସେହିପରି ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୀୟ ସ୍ଥାନରେ ରହି୧୦୪୪ଟି ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ  ପୋଷ୍ଟାଲ ବାଲାଟ ଗଣତିରୁ ୧୦୧୪ଟି ଭୋଟ ପାଇଥିବା ସୂଚନା ମିଳିଛି। ପ୍ରଥମ ରାଉଣ୍ଡରେ ଯଦିଓ ବିଜେଡ଼ି ଅଧିକ ଭୋଟ ପାଇ ଆଗରେ ରହିଛି, ତଥାପି ଚୂଡ଼ାନ୍ତ ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ତେବେ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ବିଶେଷ କିଛି ଫରକ ନ ଥିବା ଦେଖାଦେଇଛି।

 

- Advertisement -

ଭୋଟ୍ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୨୭୯ଟି ବୁଥ୍ ଥିବାରୁ ୨୦ ରାଉଣ୍ଡରେ ଗଣତି ଶେଷ ହେବ ବୋଲି ଜଣାପଡ଼ିଛି । ପ୍ରତି ଟେବୁଲରେ ୩ଜଣ କର୍ମଚାରୀଙ୍କୁ ଗଣିବା ପାଇଁ ନିୟୋଜିତ କରାଯାଇଛି । କାଉଂଟି ଏଜେଣ୍ଟମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରତି ରାଉଣ୍ଡ ପରେ ଜନସାଧାରଣଙ୍କ ଅବଗତି ନିମନ୍ତେ ମାଇକ ଯୋଗେ ଏହାକୁ ଘୋଷଣା କରାଯିବା ନେଇ ବ୍ୟବସ୍ଥା ରହିଛି। ଭୋଟ୍ ଗଣତି କେନ୍ଦ୍ରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେବା ପାଇଁ ଏକ ମିଡ଼ିଆ ସେଣ୍ଟର ଖୋଲାଯାଇଛି। ଭୋଟଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଜେଡି ଦ୍ୱିତୀୟ ଥର ପାଇଁ ବିଜୟହାସଲ ପାଇଁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ, ବିଜେପି ମଧ୍ୟ ଦେଉଛନ୍ତି କଡା ଟକ୍କର  ଦେଉଛନ୍ତି।

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories