କିଡନୀ ଆକ୍ରାନ୍ତଙ୍କୁ ସହାୟତାର ହାତ ବଢାଇଲେ ଜିଲ୍ଲାପାଳ

ହରଭଙ୍ଗା :  ଲୋକଙ୍କ ପାଖରୁ ଶୁଣିଥିଲେ ଜିଲ୍ଲାପାଳ କଥା । ମାତ୍ର ଜିଲ୍ଲାପାଳଙ୍କୁ ଦେଖିନଥିଲେ। ଲୁଣିବାହାଲରେ ସୋମବାର ଥିଲା ଜନଶୁଣାଣି ଶିବିର। ଏଠାକୁ ଜିଲ୍ଲାପାଳ ଆସିବା ଖବର ପାଇଲେ। ଜିଲ୍ଲାପାଳ ଆସିବା ରାସ୍ତାରେ ତାଙ୍କୁ ଗାଡିକୁ କିଡନୀ ଆକ୍ରାନ୍ତଙ୍କ ପରିବାର ଲୋକେ ଅଟକାଇଲେ। ଲୋକ ଗାଡି ଅଟକାଇବା ଦେଖି ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଗାଡିରୁ ଓହ୍ଲାଇ ପଡିଲେ। କଥା ବୁଝୁବୁଝୁ ଆଖି ଛଳ ଛଳରେ ବୃଦ୍ଧ ଜଣଙ୍କ ମୁହଁରୁ ତାଙ୍କ ପତ୍ନୀ କିଡନୀ ରୋଗରେ ଆକ୍ରାନ୍ତଥିବା ଶୁଣିଲେ। ସଙ୍ଗେ ସଙ୍ଗେ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ସାଙ୍ଗରେ ଧରି ତାଙ୍କ ଘରେ ପହଞ୍ଚିଗଲେ। ଶଯ୍ୟାଶାୟୀ ଅବସ୍ଥାରେଥିବା କିଡନୀ ଆକ୍ରାନ୍ତ ରୋଗୀ ସଂଯୁକ୍ତା ମହାନ୍ତିଙ୍କ ଅବସ୍ଥା ଦେଖି ଚିକିତ୍ସା କାଗଜପତ୍ର ମାଗି ସବୁ ଗୋଟି ଗୋଟି ଦେଖିଲେ। ତାଙ୍କୁ ସଙ୍ଗେ ସଙ୍ଗେ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହା ସହିତ ତାଙ୍କର ଚିକିତ୍ସା ପାଇଁ କଟକ ବଡ ମେଡିକାଲ ପଠାଇବା ବ୍ୟବସ୍ଥା କରିବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହରଭଙ୍ଗା ବ୍ଲକ ଲୁଣିବାହାଲ ବଜାରର ପ୍ରଭାତ ମହାନ୍ତିଙ୍କ ପନ୍ତ୍ରୀ ସଂଯୁକ୍ତା ମହାନ୍ତି ଭଳି ଜଣେ କିଡନୀ ରୋଗୀଙ୍କୁ ଚିକତ୍ସା ପାଇଁ ସହାୟତାର ହାତ ବଢାଇ ଜିଲ୍ଲାପାଳ ତାଙ୍କର ଆଉ ଏକ ମହାନତାର ପରିଚୟ ଦେଇଛନ୍ତି।ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ନେଇ ଚା’ ଦୋକାନଠାରୁ ଆରମ୍ଭକରି ସବୁ ସ୍ଥାନରେ ଜିଲ୍ଲାପାଳ ହେବ ତ ଏମିତି ବୋଲି ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳୁଛି।

Comments are closed.