ଖୁଣ୍ଟୁଣୀ ଡିଗ୍ରୀ ମହାବିଦ୍ୟାଳୟରେ ମାଗଣା ଦନ୍ତ ପରୀକ୍ଷା ଶିବିର

ଗୁରୁଡିଝାଟିଆ : ଖୁଣ୍ଟୁଣୀସ୍ଥିତ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଏକ ମାଗଣା ଦନ୍ତ ପରୀକ୍ଷା ଶିିବିର ଅନୁଷ୍ଠିତ ହୋଇଛି । ଭୂବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଦନ୍ତ ପରୀକ୍ଷା ଶିବିରରେ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଦନ୍ତ ପରୀକ୍ଷା କରିଥିଲେ । ଡାକ୍ତର ସୌରଭଚନ୍ଦ୍ର ବିଦ୍ୟାସାଗର ବଳ, ଡାକ୍ତର ଶୈଳଜା ପଣ୍ଡା, ଡାକ୍ତର ସୁଲୋଚନା ଦାସ, ଡାକ୍ତର ଦୂର୍ଗାପ୍ରସାଦ ରାଉତରାୟ, ଡାକ୍ତର ଦେବପ୍ରିୟ ଚକ୍ରବର୍ତ୍ତି, ଡାକ୍ତର ପ୍ରଶୁନ କୁଣ୍ଡୁ ପ୍ରମୁଖ ଦନ୍ତ ପରୀକ୍ଷା କରିବା ସହ ଦନ୍ତର ଯତ୍ନ ଓ ଦୀର୍ଘସ୍ଥାୟୀ ସଂପର୍କରେ ଉପସ୍ଥିତ ବିଦ୍ୟାର୍ଥୀଙ୍କୁ ସଚେତନତା କରାଇଥିଲେ । ମହାବିଦ୍ୟାଳୟ ଅଧକ୍ଷ ଡଃ ଶଶିଭୁଷଣ ମିଶ୍ର ଶିବିରକୁ ଉଦଘାଟନ କରିଥିଲେ। ମାଗଣା ଦନ୍ତ ଚିକିତ୍ସା ଶିବିରକୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ମୋ କଲେଜ ଅଭିଯାନ ଓ ରେଡକ୍ରସ ମିଳିତ ଭାବରେ ସହାୟତା ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ କୁନ୍ତଳା ବେଉରାୟ, ନିରଞ୍ଜନ ପତ୍ରୀ, ଦିପ୍ତୀରଞ୍ଜନ ବାରିକ, ଡଃ ଅମିତ ମିଶ୍ର, ମୋ କଲେଜ ଅଭିଯାନର ମୁଖ୍ୟ ଜିତେନ୍ଦ୍ର ପ୍ରଧାନ, ଯୁବ ରେଡକ୍ରସର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଉଦୟନାଥ ପରିଡା, ଅଧ୍ୟାପକ ମନୋଜ ନାୟକ ଓ ଦନ୍ତ ସହାୟକ ମଙ୍ଗୁଳୁ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ।

kalyan agarbati

Comments are closed.