ଖୁଣ୍ଟା : ଖୁଣ୍ଟା ଥାନା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଗ୍ରାମ ମାନଙ୍କରୁ ପୁଲିସ ତଲାସୀ କରିବା ସମୟରେ ୯ଟି ବନ୍ଧୁକ ଜବତ କରିଛି। ସ୍ବତନ୍ତ୍ର ଗୋଇନ୍ଦା ପୁଲିସର ସୂଚନା ଆଧାରରେ ଏସପିଙ୍କ ନିର୍ଦ୍ଦେଶରେ ଖୁଣ୍ଟା ଆଇଆଇସି ଲୋପାମୁଦ୍ରା ନାୟକ ଶୁକ୍ରବାର ଅନ୍ୟମାନଙ୍କ ସହ ଶିମିଳିପାଳ ପାଦଦେଶର ଗ୍ରାମମାନଙ୍କରେ ଚଢାଉ କରିଥିଲେ। ନିକଟସ୍ଥ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ୮ଟି ଦେଶୀବନ୍ଧୁକ ଓ ଗୋଟିଏ ଦେଶୀ ପିସ୍ତଲ ଜବତ କରାଯାଇଛି । ଶନିବାର ମୟୂରଭଞ୍ଜ ଏସପି ବି ଗଙ୍ଗାଧର ଜିଲା ପୁଲିସ ମୁଖ୍ୟାଳୟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଖୁଣ୍ଟା ଥାନାରେ ଏନେଇ ଦୁଇଟି ପୃଥକ ମାମଲା ରୁଜୁ ହୋଇ ଥିବାବେଳେ ବନ୍ଧୁକ ଜବତ ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ । ଚଳିତ ମାସ ୩୧ତାରିଖ ମଧ୍ୟରେ ବେଆଇନ ଭାବେ ପାଖରେ ରଖିଥିବା ବନ୍ଧୁକ ସବୁକୁ ପୁଲିସ ନିକଟରେ ସମର୍ପଣ କରିବାକୁ ଶେଷ ସୁଯୋଗ ଦିଆଯାଇଛି ଓ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ ବୋଲି ପୁଲିସ ପକ୍ଷରୁ ବ୍ୟାପକ ପ୍ରଚାର ମଧ୍ୟ କରାଯାଇଛି । ଏସପିଙ୍କ ସହିତ ସାମ୍ବାଦିକ ସମ୍ମିଳନୀରେ ଉଦଳା ଏସଡିପିଓ ସାର୍ଥକ ରାୟ ଓ ଖୁଣ୍ଟା ଆଇଆଇସି ଉପସ୍ଥିତ ଥିଲେ ।
Popular Categories



