ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଶିଶୁପାଳଗଡର ରଘୁନାଥନଗର ଲେନ୍-୨ରେ ଅଘଟଣ ଘଟିଛି। ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ଶନିବାର ମୃତ୍ୟୁ ହୋଇଛି। ଟାଙ୍କି ସଫା କଲା ବେଳେ ୨ ଶ୍ରମିକ ଅଣନିଶ୍ୱାସୀ ହୋଇଯାଇଥିଲେ। ୨ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ଅଗ୍ନିଶମ ବାହିନୀ। କ୍ୟାପିଟାଲ ହସ୍ପିଟାଲରେ ୨ ଶ୍ରମିକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
Comments are closed.