www.samajalive.in
Saturday, December 6, 2025
26.1 C
Bhubaneswar

ସାପ କାମୁଡ଼ାରେ ଶିଶୁ ମୃତ

ଫୁଲବାଣୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀରେ ସାପ କାମୁଡ଼ାରେ ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ,  ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଗୋଛାପଡା ଥାନା ପକାରୀ ପଞ୍ଚାୟତର ଝିରିପଡା ଗ୍ରାମ ସ୍ଥିତ ନିଜ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ପରିବାର ସହିତ ଶିଶୁ ଶୋଇଥିବା ସମୟରେ ଏକ ବିଷଧର ଚିତି ସାପ ଶିଶୁର ହାତକୁ କାମୁଡି ଦେଇଥିଲା। ଏହା ପରେ ପରିବାର ବର୍ଗ ଶିଶୁକୁ ତୁରନ୍ତ ଏକ ଅଟୋ ଯୋଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ। କିନ୍ତୁ ଦୁଃଖର ବିଷୟ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ଶନିବାର ମୃତ୍ୟୁ ହୋଇ ଯାଇଛି। ଏନେଇ ମୃତ ଶିଶୁର ବାପା ରାମ କହଁର ଗୋଛାପଡା ଥାନାରେ ସୂଚନା ଦେବା ପରେ ଗୋଛାପଡା ପୁଲିସ ୭/୨୩ ରେ ଏକ ଆପମୃତ୍ୟୁ ମାମଲା ରୁଜୁ କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories