www.samajalive.in
Sunday, December 7, 2025
23.1 C
Bhubaneswar

ଟ୍ରାକ୍ଟର ଧକ୍କାରେ ମହିଳା ମୃତ : ଡ୍ରାଇଭର ଗିରଫ

ଖୁଣ୍ଟା : ଖୁଣ୍ଟା ଥାନା ସାନସାତଶୋଳ ନିକଟରେ ରାସ୍ତା କଡରେ ବସି ଗୋରୁ ଗାଈଙ୍କୁ ଅପେକ୍ଷା କରିଥିବା ଜନୈକ ମହିଳାଙ୍କର ମଙ୍ଗଳବାର ଟ୍ରାକ୍ଟର ଚାପାରେ ମୃତ୍ୟୁ ହୋଇଯାଇଛି। ମହିଳା ଜଣକ ହେଲେ ସାନ ସାତଶୋଳ ଗ୍ରାମର ମଙ୍ଗଲ ହେମ୍ବ୍ରମଙ୍କ ପତ୍ନୀ ଆରତୀ(୩୫) ଦୁର୍ଘଟଣା ଘଟାଇ ଟ୍ରାକ୍ଟରଟି ରାସ୍ତା ତଳକୁ ଖସି ଯାଇଥିଲା। ଟ୍ରାକ୍ଟର ଚଳାଉଥିବା ଡ୍ରାଇଭର ଉଦଳା ଥାନା କାଶୀକୁଣ୍ଡଳ ଗ୍ରାମର ଟୁନା ଘଟଣା ସ୍ଥଳରୁ ଦୌଡି ପଳାଉଥିବା ବେଳେ ଗ୍ରାମବାସୀ ତାକୁ କାବୁ କରି ଖୁଣ୍ଟା ପୁଲିସର ଜିମା ଦେଇଥିଲେ।
ସୂଚନାଯୋଗ୍ୟ ଯେ, ସ୍ୱାମୀ ଦିନ ମଜୁରୀଆ ହୋଇଥିବା ବେଳେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପଢୁଥିବା ଝିଅ ଓ ଅଷ୍ଟମରେ ପଢୁଥିବା ପୁଅକୁ ପଠାଇ ଆରତୀ ଗୋରୁ ଚରାଇବାକୁ ଯାଇଥିଲେ। ହେଲେ ପରିବାର ଲୋକେ ଭାବିନଥିବେ ଆରତୀ ଆଉ ଘରକୁ ଫେରିବେନି। ଅପରାହ୍ନରେ ଗଜାମଛକରୁ ପାଟଶାଣିପୁର ଯାଇଥିବା ଆରଡି ରାସ୍ତାର ସାନସାତଶୋଳ ଛକରୁ ପ୍ରାୟ ଦୁଇଶହ ମିଟର ଆଗକୁ ଆରତୀ ରାସ୍ତା କଡରେ ବସି ଗୋରୁ ଗାଈଙ୍କୁ ଜଗି ଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁଇ ଗୋଟି ଟ୍ରାକ୍ଟର ପାଟଶାଣିପୁର ଦିଗରେ ଦୃତବେଗରେ ଯାଉଥିବା ବେଳେ ଗୋଟିଏ ଟ୍ରାକ୍ଟର ରାସ୍ତା କଡରେ ବସିଥିବା ଆରତୀଙ୍କ ଉପରେ ଚଢି ଯିବା ସହିତ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ତଳକୁ ଖସି ଯାଇଥିଲା। ଆମ୍ବୁଲାନ୍ସ ଯୋଗେ ଆରତୀଙ୍କୁ ଉଦଳା ଡାକ୍ତରଖାନା ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡ୍ରାଇଭର କୌଣସି କ୍ଷତି ହୋଇନଥିବା ବେଳେ ତାର ଲାଇସେନ୍ସ ନଥିବା ଓ ସେ ନିଶାସକ୍ତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଖୁଣ୍ଟା ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories