www.samajalive.in
Monday, December 15, 2025
14.1 C
Bhubaneswar

ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

ଖୁଣ୍ଟା: ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ଗୁରୁବାର ନିଜର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଆକାଶରେ ଉଡୁଥିବା ରଙ୍ଗୀନ ଗୁଡି ସଦୃଶ୍ୟ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ରହିବାକୁ ନଟେଇ ଧରିଥିବା ମାର୍ଗଦର୍ଶକ ପିତା ମାତା ଅଧ୍ୟାପକ ମାନଙ୍କ ଦିଗ୍ଦର୍ଶନରେ ଅନୁପ୍ରାଣିତ ନହେଲେ ଖୋଲା ଆକାଶରେ ଛିଣ୍ଡି ଯାଇଥିବା ଦିଗ ହୀନ ଗୁଡି କିଛିକ୍ଷଣ ଉଡ଼ିବୁଲି ତଳେ ପଡିବା ଭଳି ପିଲାମାନେ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇଯିବେ ବୋଲି ଅତିଥିମାନେ କହିଥିଲେ। ଦୀର୍ଘବର୍ଷ ଧରି ବିଭିନ୍ନ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେଇଆସିଥିବା ଏହି ମହାବିଦ୍ୟାଳୟ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଥିବା ବେଳେ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ନିଜ ଅଭିଭାଷଣରେ ମହାବିଦ୍ୟାଳୟର ସଫଳତା ବାବଦରେ ଉଲ୍ଲେଖ କରିଥିଲେ। ଅତିଥି ମାନଙ୍କ ମଧ୍ୟରେ ଖୁଣ୍ଟା ବ୍ଳକ ଅଧ୍ୟକ୍ଷା ପୁଷ୍ପଲତା ମାରାଣ୍ଡି, ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷା ସଞ୍ଜୁଲତା ମହାନ୍ତି, ଦୁଇ ପ୍ରତିଷ୍ଠାତା ସଦସ୍ୟ ପୂର୍ବ ସାଂସଦ ବିରଭଦ୍ର ସିଂ ଓ ମହାବିଦ୍ୟାଳୟର ପ୍ରଥମ ସଭାପତି ପ୍ରତାପ ଚନ୍ଦ୍ର ରଥ, ଅଧ୍ୟାପକ ସରୋଜ ରଞ୍ଜନ ତ୍ରିପାଠୀ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପିକା ହୀରଣ୍ମୟୀ ଶତପଥୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ୨୫ ବର୍ଷ ଧରି ଉତ୍ଥାନ ପତନ ମଧ୍ୟରେ ଏହି ମହାବିଦ୍ୟାଳୟ ବହୁ ମାନବ ସମ୍ବଳ ସୃଷ୍ଟି କରିପାରିଥିବାରୁ ପ୍ରତିଷ୍ଠାତା ସଦସ୍ୟ, ଅଧ୍ୟାପକ ଅଧ୍ୟାପିକା, ସ୍ଥାନୀୟ ଜନସାଧାରଣ, ଲୋକପ୍ରତିନିଧି ମାନଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଦିବଙ୍ଗତ ପ୍ରତିଷ୍ଠାତା ସଦସ୍ୟଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ଅଧ୍ୟାପିକା ମଧୁସ୍ମିତା ପାଇନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories