ଜନ ପ୍ରତିନିଧିଙ୍କ ଜନସେବା

ଖୋର୍ଦ୍ଧା : ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତର ନୟାପଲ୍ଲୀ ଗ୍ରାମରେ ମା’ ଭୂଆଷୁଣି ନାଳ ପୋତି ହୋଇଯାଇଥିଲା। ଏହାର ପୁନଃରୁଦ୍ଧାର କାର୍ଯ୍ୟ ନୂଆ ପ୍ରକଳ୍ପ ମାଧ୍ୟମରେ ଆରମ୍ଭ କରିଥିଲେ ଗ୍ରାମର ୱାର୍ଡ଼ମେମ୍ବର ଚିତ୍ତରଞ୍ଜନ ଖୁଣ୍ଟିଆ। ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରଦୀପ କୁମାର ବାରିକ ଯୋଗଦେଇ ନୂଆ ପ୍ରକଳ୍ପର ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟଦ୍ୱାରା ଗ୍ରାମର ବହୁ ଚାଷୀ ଉପକୃତ ହେବା ସହିତ ଗ୍ରାମର କିଛି ଶ୍ରମିକ ରୋଜଗାର ପାଇଥିବାରୁ ଜନ ପ୍ରତିନିଧିଙ୍କର ଉକ୍ତ ସେବା କାର୍ଯ୍ୟ ସମସ୍ତଙ୍କର ପ୍ରଶଂସାଭାଜନ ହୋଇପାରିଛି ବୋଲି ସମାଜସେବୀ ନାରାୟଣ ଖୁଣ୍ଟିଆ ମତବ୍ୟକ୍ତ କରିଛନ୍ତି।

kalyan agarbati

Comments are closed.