www.samajalive.in
Saturday, December 13, 2025
23.1 C
Bhubaneswar

କୋଭିଡ଼ରେ ମୃତ୍ୟବରଣ କରିଥିବା ୪ଜଣ ସାମ୍ବାଦିକଙ୍କ ପରିବାରକୁ ସରକାରୀ ସହାୟତା

ଭୁବନେଶ୍ବର: କୋଭିଡ଼ରେ ଆକ୍ରାନ୍ତ ହୋଇ ମୃତ୍ୟବରଣ କରିଥିବା ୪ଜଣ ସାମ୍ବାଦିକଙ୍କ ପରିବାରକୁ ସରକାରୀ ସହାୟତା ମିଳିଛି। ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି ସେମାନଙ୍କ ପରିବାରକୁ ୧୫ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରିଛନ୍ତି।

କରୋନା ମହାମାରୀ ସମୟରେ ପ୍ରାଣବଳୀ ଦେଇଥିବା ସାମ୍ବାଦିକମାନେ ହେଲେ ଟାଇମ୍ସ ଅଫ ଇଣ୍ଡିଆର ପ୍ରୀତମାନ ମହାପାତ୍ର, ଆଜିକାଲିର ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ଫ୍ରିଲାନ୍ସର ବସନ୍ତ ଦାସ ଓ ଜୀ ଓଡ଼ିଶାର ମାନସ ରଞ୍ଜନ ଜୟପୁରିଆ। ଆଜି ବ୍ୟାଙ୍କ ଜରିଆରେ ସେମାନଙ୍କ ପରିବାରର ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ଖୋରଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସରକାରଙ୍କ ନିଷ୍ପତି ସମ୍ପର୍କରେ ମୃତକଙ୍କ ପରିବାରକୁ ଅବଗତ କରାଇଥିଲେ। ଏହି ଅବସରରେ ଭୁବନେଶ୍ୱର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଠାଣି ରାଉତ ଓ ବିଭାଗର ବରିଷ୍ଠ ଅଧିକାରୀ ଗୌର ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ।

- Advertisement -

କୋଭିଡ ସମୟରେ ମୃତ୍ୟୁ ବରଣ କରିଥିବା ଭୁବନେଶ୍ଵରର ୪ଜଣ କାର୍ୟ୍ୟରତ ସାମ୍ବାଦିକଙ୍କ ପରିବାରକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି। କରୋନା ବିରୁଦ୍ଧ ଲଢେଇରେ କାର୍ୟ୍ୟରତ ବେଳେ କୋଭିଡ ଯୋଦ୍ଧା ଭାବେ ପ୍ରାଣବଳି ଦେଇଥିବା ଏହି ସ।ମ୍ବାଦିକମାନେ ହେଲେ ଇଂରାଜୀ ଦୈନିକ ପତ୍ରିକା ‘ଟାଇମ୍ସ ଅଫ ଇଣ୍ଡିଆ’ର ପ୍ରୀତିମାନ ମହାପାତ୍ର, ଭୁବନେଶ୍ଵର ଓ ବାଲେଶ୍ଵରରୁ ପ୍ରକାଶ ପାଉଥିବା ଓଡ଼ିଆ ଦୈନିକ ଖବରକାଗଜ ‘ଆଜିକାଲି’ ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ମୁକ୍ତବୃତ୍ତ (ଫ୍ରିଲାନ୍ସ) ସାମ୍ବାଦିକ ବସନ୍ତ ଦାସ ଓ ‘ଜି ଓଡ଼ିଶା’ ଟିଭି ପ୍ରତିନିଧି ମାନସ ରଞ୍ଜନ ଜୟପୁରିଆ । ଆଜି ବ୍ୟାଙ୍କ ଜରିଆରେ ହିତାଧିକାରୀଙ୍କୁ ଏହି ସହାୟତା ରାଶି ସ୍ଥାନ।ନ୍ତର କରାଯାଇଛି। ଆଜି ପ୍ରୀତିମାନ ମହାପାତ୍ରଙ୍କ ପତ୍ନୀ ସସ୍ମିତା ସାହୁ ଓ ବିଜୟଲକ୍ଷ୍ମୀଙ୍କ ପୁତ୍ର ନିର୍ମାଲ୍ୟ ମହାନ୍ତି ଏହି ସହାୟତା ରାଶି ଜିଲ୍ଲାପାଳଙ୍କ ଠାରୁ ଗ୍ରହଣ କରିଥିଲେ । ଅନ୍ୟ ଦୁଇଜଣ ହିତାଧିକାରୀ ଆସିପାରିନଥିଲେ ମଧ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପ୍ରେରଣ କରାଯାଇଛି। ଏହି ସହାୟତା ରାଶି ଗ୍ରହଣ ପରିପ୍ରେକ୍ଷୀରେ ସମସ୍ତ ହିତାଧିକାରୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଆର୍ଥିକ ସହାୟତା ପ୍ରଦାନ ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଖୋର୍ଦ୍ଧା  ଅନୁଜ କୁମାର ଦାସ ପଟ୍ଟନାୟକ, ଭୁବନେଶ୍ଵର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ପଠାଣି ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories