www.samajalive.in
Monday, December 8, 2025
14.1 C
Bhubaneswar

ମାନସିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କୁ ଶିକ୍ଷଣ ସାମଗ୍ରୀ ବଣ୍ଟନ

ବାଙ୍କୀ: ଶୁକ୍ରବାର ଦିନ ବାଙ୍କୀ-ଡମପଡା ବ୍ଲକ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ବିଦ୍ୟାଳୟର ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କର ମାନସିକ ଅବିବୃଦ୍ଧି ଓ ଶିକ୍ଷାର ବିକାଶ ପାଇଁ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷଣ ସାମଗ୍ରୀ ବଣ୍ଟନ କରାଯାଇଛି। ସୂଚନା ଅନୁଯାୟୀ ଉଭୟ ବ୍ଲକର ୧୩ ଜଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ବିଦ୍ୟାର୍ଥୀମାନଙ୍କୁ ପ୍ରଥମ ପ୍ରର୍ଯ୍ୟାୟରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସହଯୋଗ ଓ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା।

 

- Advertisement -

ସିକନ୍ଦ୍ରାବଦ୍ ସ୍ଥିତ ଜାତୀୟ ବୈାଦ୍ଧିକ ବିକଳାଙ୍ଗ ସଂସ୍ଥାର ଆର୍ଥିକ ସହାୟତାରେ ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରାଯାଉଥିବା ଶିକ୍ଷଣ ସାମଗ୍ରୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଡମପଡା ବ୍ଲକ ଶିକ୍ଷାଅଧିକାରୀ ପ୍ରିୟମ୍ବନ୍ଦା ନନ୍ଦ, ବିଶିଷ୍ଟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ତ୍ରିଲୋଚନ ରାଉତ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ତଥା ବିଆରସିସି ଗଦାଧର ପ୍ରଧାନ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ କୁମାର ପଟ୍ଟନାୟକ, କଟକ ଜିଲ୍ଲା ଅନ୍ତ୍ୱନିବେଶୀ ଶିକ୍ଷା ସଂଯୋଜକ ଚିତରଂଜନ ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରଦାନ କରାଯାଇଥିବା ସାମଗ୍ରୀ ଗୁଡିକର ସଠିକ ବ୍ୟବହାର କରିବା ପାଇଁ ଉପସ୍ଥିତ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ଜାତୀୟ ବୈାଦ୍ଧିକ ସଂସ୍ଥାନର ପଦାଧିକାରୀ ଡଃ ଦେବାଶିଷ ରାଉତ ପ୍ରଦାନ କରାଯାଉଥିବା ଶିକ୍ଷଣ ସାମଗ୍ରୀର ଡେମୋ ପ୍ରଦର୍ଶନ କରିବା ସହିତ କିଟ୍ ବ୍ୟାଗରେ ଥିବା ସମସ୍ତ ସାମଗ୍ରୀର ବ୍ୟବହାରର କିଭଳି ବିଦ୍ୟାର୍ଥୀ ମାନେ ସହଜରେ କରିବେ ଏବଂ ଅଭିଭାବକ ମାନେ ପରିଚାଳନାରେ କିଭଳି ସହଯୋଗ କରିବେ ସେ ସମ୍ପର୍କରେ ଆଲୋକପାତ କରିଛନ୍ତି। ବାଙ୍କୀ ବ୍ଲକ ଗୋଷ୍ଠୀ ସମ୍ବଳ ଶିକ୍ଷକ ନିରଂଜନ ପ୍ରଧାନଙ୍କ ସଂଯୋଜନାରେ ସଂଚାଳିତ କାର୍ଯ୍ୟକ୍ରମକୁ ଡମପଡା ବ୍ଲକ ଗୋଷ୍ଠୀ ସମ୍ବଳ ଶିକ୍ଷକ ଲିମା ମହାପାତ୍ର, ଜ୍ୟୋର୍ତିମୟୀ ମହାପାତ୍ର ଓ ସ୍ୱର୍ଣ୍ଣଲତା ମହାନ୍ତି ପରିଚାଳନା କରିଥିଲେ। ଅନ୍ତର୍ନିବେସୀ ଶିକ୍ଷା ସ୍ୱେଚ୍ଛାସେବୀ ସୁରେଶ କୁମାର ରାଉତ, ମହେଶ୍ୱର ଦଳେଇ, ମନୋରଞ୍ଜନ ସାହୁ, କାମିନୀ କୁମାରୀ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories