ନବରଙ୍ଗପୁର: ସାଂପ୍ରତିକ ବଜାର ଚାହିଦାକୁ ଲକ୍ଷ୍ୟ କରି ନୂତନ ଡିଜାଇନ୍ ପ୍ରସ୍ତୁତ କଲେ ଅଧିକ ଲାଭବାନ ହୋଇ ପାରିବେ ବୋଲି ରଜ୍ୟ ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ୍ କହିଛନ୍ତି। ଆଜି ପାପଡ଼ାହାଣ୍ଡି ବ୍ଲକର ତଣ୍ଡାଗୁଡା ଠାରେ ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ମାଧ୍ୟମରେ ଆଇ ଏମ୍ ଏମ୍ ଟି ଭୁବନେଶ୍ଵର ଓ ଭାରତୀୟ ପେଟ୍ରୋଲିୟମ୍ ସଂସ୍ଥାନ ଡେରାଢୁନ ଦ୍ଵାରା ସ୍ଥାପିତ ଉନ୍ନତ ଧରଣର କୁମ୍ଭାର ଭାଟି ପରିଦର୍ଶନ ସମୟରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରି ଶ୍ରୀ ଅଗ୍ରୱାଲ କହିଥିଲେ ମହିଳାମାନେ ନୂତନ ଡିଜାଇନ୍ ସହିତ ଚାହିଦା ମୁତାବକ ମାଟିର ବାସନ ସାମଗ୍ରୀ ପ୍ରସ୍ତୁତ ତିଆରି କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥି ସହ ସମସ୍ତ ମାଟି ତିଆରି ସାମଗ୍ରୀର ନମୁନା ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ।
ଜିଲ୍ଲାପାଳ ଡ ଅଜିତ୍ କୁମାର ମିଶ୍ର ଜିଲ୍ଲାରେ ଥିବା ଟେରାକୋଟା, ଆଦିବାସୀ ଅଳଙ୍କାରର ଆଦର ସମ୍ପର୍କରେ କହିଥିଲେ ଉପଜିଲ୍ଲାପାଳ ଅକ୍ଷୟ ସୁନୀଲ କୁମାର ଅଗ୍ରୱାଲ ଡିଜିଟାଲ ମାର୍କେଟ ସହ ନବରଙ୍ଗପୁରର ସ୍ଵତନ୍ତ୍ର ବ୍ରାଣ୍ଡ କରିପାରିଲେ ଅଧିକ ଲାଭ ମିଳିପାରିବ ବୋଲି କହିଥିଲେ। ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପର କ୍ରିୟାନ୍ବୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି, ଓର୍ମାସର ଉପ କାର୍ୟୟନିର୍ବାହୀ ଏ .ଉମା ମହେଶ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରି ଏ. ଗୀତା ଓ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଅନେକ କୁମ୍ଭକାର ଉପସ୍ଥିତ ଥିଲେ।



