ଭୁବନେଶ୍ବର: ବନ୍ୟାସ୍ଥିତି ନେଇ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା-ବୈତରଣୀ, ବୁଢ଼ାବଳଙ୍ଗ ଏବଂ ଜଳକା ନଦୀରେ ଜଳସ୍ତର କମୁଛି। ତେବେ ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଛି। ଆଜି ରାତିରେ ପିକ୍ ଛୁଇଁବ। ଆଜି ରାତିରେ ରାଜଘାଟଠାରେ ଜଳସ୍ତର ୧୧.୫ ମିଟର ପହଞ୍ଚିପାରେ। ତେବେ ଏଥିଯୋଗୁ ବିଶେଷ କିଛି ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି। ଭୋଗରାଇ ଓ ବାଲିଆପାଳର କିଛି ତଳି ଅଞ୍ଚଳରେ ପାଣି ପଶିପାରେ। ଏଥିପାଇଁ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି ଏସଆରସି ପ୍ରକାଶ କରିଛନ୍ତି।
Popular Categories



