www.samajalive.in
Sunday, December 14, 2025
19.1 C
Bhubaneswar

ଯବନିକା ପଡ଼ିଲା : ବିଦାୟ ଓଡ଼ିଶା; ମନେରହିବ କିଟ୍‌, କଳିଙ୍ଗ,କଟକ

ଭୁବନେଶ୍ବର : ଓଡ଼ିଶା ସରକାର ଓ କିଟ୍‌ ବିଶ୍ବବିଦ୍ୟାଳୟର ମିଳିତ ସହଯୋଗରେ କଟକ ଓ ଭୁବନେଶ୍ବରରେ ଚାଲିଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ୨୨ରେ କଟକର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଉଦ୍‌ଘାଟିତ ହୋଇଥିବା ଉକ୍ତ ପ୍ରତିଯୋଗିତା ରବିବାର କିଟ୍‌ରେ ଉଦ୍‌ଯାପିତ ହୋଇଛି। କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବ‌େ‌ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ବିଧିବଦ୍ଧ ପ୍ରତିଯୋଗିତାକୁ ଉଦ୍‌ଯାପିତ ଘୋଷଣା କରିଥିଲେ। ଓଡ଼ିଶା ସବୁବେଳେ ନିଜ ଦାୟିତ୍ବକୁ ସୁଚାରୁ ରୂପେ ତୁଲାଇ ଆସିଛି। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆୟୋଜନ ନେଇ କେନ୍ଦ୍ର ସରକାର ଯେଉଁ ଦାୟିତ୍ବ ଓଡ଼ିଶାକୁ ଦେଇଥିଲେ ତାହାକୁ ଆମେ ସଫଳତା ସହ ପୂରଣ କରିଛୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତପ୍ରକାଶ କରିଥିଲେ।

ଅନ୍ୟତମ ଅତିଥି କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ କହିଥିଲେ, ଭାରତକୁ ବିଶ୍ବ କ୍ରୀଡ଼ାର ମହାଶକ୍ତି ଭାବେ ଗଢି ତୋଳିବା ନେଇ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା, ବିଶ୍ବବିଦ୍ୟାଳୟ କ୍ରୀଡ଼ା ପରେ ଶୀତକାଳୀନ କ୍ରୀଡ଼ା ମଧ୍ୟ ୭ରୁ ଆରମ୍ଭ ହେବ। ଖେଳାଳିଙ୍କୁ ଅଲିମ୍ପିକ୍‌ସ ପଦକ ପ୍ରସ୍ତୁତି ନେଇ ଟାର୍ଗେଟ ଅଲିମ୍ପିକ୍‌ସ ପୋଡ଼ିୟମ ଯୋଜନା କାର୍ଯ୍ୟକାରୀ ହେଉଛି। ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ଓ ସରକାରଙ୍କ କ୍ରୀଡ଼ା ପ୍ରତି ଉତ୍ସାହ ଦେଶକୁ ନୂଆ ଉନ୍ମାଦନା ଯୋଗାଇଛି। ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାକୁ ଓଡ଼ିଶା ସରକାର ଓ କିଟ୍‌ ବିଶ୍ବବିଦ୍ୟାଳୟ ଯେଉଁଭଳି ଭ​‌ାବେ ପରିଚାଳନା କରିଥିଲେ ସେଥିନେଇ କିଟ୍‌ ଓ ଓଡ଼ିଶା ସରକାରଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ହେବ। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଦେଶର ଶ୍ରେଷ୍ଠ ଆୟୋଜନ। ପ୍ରକୃତରେ ଓଡ଼ିଶା ଧନ୍ୟବାଦର ପାତ୍ର ​ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ରିଜିଜୁ କହିଥିଲେ। କିଟ୍‌ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ସାମନ୍ତ କିଟ୍‌କୁ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆୟୋଜନ ନେଇ ଅଧିକାର ଦେଇଥିବାରୁ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାକୁ ସଫଳତାର ସହିତ ପରିଚାଳନା କରିବା ନେଇ ଆମେ ଦୁଇ ମାସ ଭିତରେ ସମସ୍ତ ପ୍ରସ୍ତୁତି କରିଥିଲୁ। ଏଥିପାଇଁ କିଟ୍‌ ଓ କିସ୍‌ର ପାଖାପାଖି ୨୦୦୦ କର୍ମଚାରୀ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଓଡ଼ିଶା ସରକାରଙ୍କ ସହଯୋଗରେ ପ୍ରତିଯୋଗିତା ସଫଳ ହୋଇଛି ବୋଲି ଡ. ସାମନ୍ତ କହିଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଳ ଦେବ, ସର୍ବଭାରତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ା ମହାସଂଘ ସଚିବ ପଙ୍କଜ ମିତଲ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚମ୍ପିଆନ ପଞ୍ଜାବ ବିଶ୍ବବିଦ୍ୟାଳୟକୁ ଚମ୍ପିଆନ ଟ୍ରଫି, ପ୍ରଥମ ରନର୍ସଅପ ସାବିତ୍ରୀ ବାଇ ଫୁଲେ ପୁଣେ ବିଶ୍ବବିଦ୍ୟାଳୟକୁ ପ୍ରଥମ ରନର୍ସଅପ ଟ୍ରଫି, ପଞ୍ଜାବୀ ବିଶ୍ବବିଦ୍ୟାଳୟକୁ ୨ୟ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories