www.samajalive.in
Saturday, December 13, 2025
26.1 C
Bhubaneswar

ସବୁ ସଚିବଙ୍କୁ ମୁଖ୍ୟ ସଚିବଙ୍କ ତାଗିଦା : ଯୋଜନା ରୂପାୟଣ ବିଳମ୍ବ ହେଲେ ସଚିବ ଦାୟୀ

ଭୁବନେଶ୍ବର : ରାଜ୍ୟବାସୀଙ୍କୁ ସୁଶାସନ ଯୋଗାଇ ଦେବାପାଇଁ ସରକାରଙ୍କ ପକ୍ଷରୁ ଗୋଟିଏ ପରେ ଗୋଟିଏ ଜନହିତକର ଯୋଜନା କାର୍ଯ୍ୟକାରୀ କରାଯାଉଛି। ହେଲେ ବିଭାଗୀୟ ମୁଖ୍ୟମାନେ ଯୋଜନାର ସଫଳ ରୂପାୟନ ଦିଗରେ ଗୁରୁତ୍ବ ଦେଉନାହାନ୍ତି। ଫଳରେ ଲୋକଙ୍କ ନିକଟରେ ସରକାରୀ ଯୋଜନା ଠିକଣା ଭାବେ ପହଞ୍ଚି ପାରୁନାହିଁ। ଏଭଳି ବିଭିନ୍ନ ଯୋଜନା ବାଟବଣା ହେଉଥିବାନେଇ ମୁଖ୍ୟଶାସନ ସଚିବଙ୍କ ନିକଟରେ ଅଭିଯୋଗର ପାହାଡ ଛିଡ଼ା ହୋଇଛି। ଏହାକୁ ନେଇ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସବୁ ବିଭାଗ ସଚିବଙ୍କୁ କଡା ତାଗିଦା କରିଛନ୍ତି।

ଶ୍ରୀ ତ୍ରିପାଠୀ ଏନେଇ ସବୁ ବିଭାଗକୁ ଏକ ନୋଟ ପ୍ରଦାନ କରି ସରକାରୀ ଯୋଜନାର ସଫଳ ରୂପାୟନ ନେଇ ତାଗିଦା​‌ କରାଇଛନ୍ତି। ସେ ଦର୍ଶାଇଛନ୍ତି ରାଜ୍ୟ ସରକାର ୫-ଟି ନୀତି ଆଧାରରେ ଯୋଜନାର ବାସ୍ତବ ରୂପାୟନ ନେଇ ନିର୍ଦେଶ ଦେଉଛନ୍ତି। ହେଲେ ତାହା କେତେକ କ୍ଷେତ୍ରରେ ପାଳନ ହେଉନାହିଁ। ନିର୍ଦିଷ୍ଟ ସମୟରେ ଯୋଜନା କାର୍ଯ୍ୟକାରୀ ନହେଲେ ସେହି ବାବଦକୁ ଅଟକଳ ହୋଇଥିବା ଅର୍ଥ ନିରର୍ଥକ ହେଉଛି। ସରକାରୀସ୍ତରରେ ବୈଠକ ବେଳେ ଯେଉଁ ଯୋଜନାକୁ ନିର୍ଦିଷ୍ଟ ସମୟ ମଧ୍ୟରେ ଲୋକଙ୍କ ନିକଟକୁ ପରିବର୍ତ୍ତନ କରିବାକୁ କୁହାଯାଉଛି ତାକୁ କର। ନଚେତ୍ ସରକାର ଅସ୍ବାଭାବିକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଆଗାମୀ ଦିନରେ ଏସବୁକୁ ଆଉ ବରଦାସ୍ତ କରାଯିବ ନାହିଁ। ଯଦି ନିର୍ଦିଷ୍ଟ ସମୟଠାରୁ ୪୮ଘଣ୍ଟା ବିଳମ୍ବରେ ଯୋଜନା କାର୍ଯ୍ୟକାରୀ ହେବାର ଖବର ମିଳିବ ସେକ୍ଷେତ୍ରରେ ସଚିବଙ୍କୁ ଦାୟୀ କରାଯିବ।
କେଉଁ କାରଣ ପାଇଁ ଯୋଜନା କାର୍ଯ୍ୟକାରୀରେ ବିଳମ୍ବ ହେଲା ସେନେଇ ସଚିବ ଲିଖିତ ଭାବେ ସ୍ବାକ୍ଷର କରି ଜଣାଇବେ। ଏହାକୁ ସରକାର ଗୁରୁତର ସହ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଚେତାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories