www.samajalive.in
Monday, December 15, 2025
17.1 C
Bhubaneswar

ଖରଖରି ବ୍ଲାକ ସ୍ପଟରେ ଦୁର୍ଘଟଣା: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଖଣ୍ଡଗିରି: ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ବ୍ଲାକ ସ୍ପଟ୍ ଭାବେ ଜଣାଶୁଣା ତଳଖେତା ଖରଖରି ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କୌଣସି ଅଜଣା ଗାଡ଼ି ଏକ ସ୍କୁଟିକୁ ପଛରୁ ଧକ୍କା ଦେବାରୁ ଦମ୍ପତି ଦୁର୍ଘଟଣାର ଶିକାର ହୋଇଛନ୍ତି। ଘଟଣାସ୍ଥଳରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ପୁରୀ ଚନ୍ଦନପୁର ଥାନା କେରାଣ୍ଡିପୁର ଗ୍ରାମର ବିଷ୍ଣୁ ପ୍ରସାଦ ଦାସ (୫୮) ବୋଲି ଜଣାପଡ଼ିଛି। ଇମ୍ଫୋଭ୍ୟାଲି ଥାନା ପୁଲିସ ଗୁରୁତର ଆହତ ହୋଇଥିବା ତାଙ୍କ ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ ଆଜି ବିଷ୍ଣୁ ପ୍ରସାଦ ତାଙ୍କ ସ୍ତ୍ରୀ ଙ୍କୁ ସ୍କୁଟିରେ ବସାଇ ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ। ଜଟଣୀରୁ ତଳଖେତା ଛକ ଦେଇ ସେ ଖୋର୍ଦ୍ଧା ମୁହାଁ ହୋଇଥିଲେ। ତଳଖେତା ଛକରେ ନିର୍ମାଣ ଚାଲିଥିବା ଉଡନ୍ତା ପୋଲ ସର୍ଭିସ ରାସ୍ତା ଦେଇ ଯାଉଥିଲେ। ଖରଖରି ବ୍ରିଜ ପାଖରେ ସେ ମୁଖ୍ୟ ରାସ୍ତାକୁ ଉଠି ଯିବା ପରେ ପଛରୁ ତାଙ୍କୁ କୌଣସି ଭାରି ଯାନ ଧକ୍କା ଦେଇଥିଲା। ସ୍ବାମୀ ଓ ସ୍ତ୍ରୀ ଗାଡିରୁ ଛିଟିକି ପଡିଯିବା ପରେ ଧକ୍କା ଦେଇଥିବା ଗାଡିଟି ସେଠାରୁ ପଳାଇଯାଇଥିଲା। ଘଟଣାସ୍ଥଳକୁ ସ୍ଥାନୀୟ ଲୋକ ଧାଇଁ ଆସିବା ବେଳକୁ ବିଷ୍ଣୁ ପ୍ରସାଦଙ୍କ ମୃତ୍ୟୁ ହୋଇସାରିଥିଲା ଓ ତାଙ୍କ ସ୍ତ୍ରୀ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଓ ପ୍ରାୟ ୪୫ ମିନିଟ୍ ରାସ୍ତା ଜାମ ହୋଇଯାଇଥିଲା। ଇମ୍ଫୋଭ୍ୟାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବିଷ୍ଣୁ ପ୍ରସାଦଙ୍କ ବ୍ୟବଛେଦ ପାଇଁ ଏମ୍ସକୁ ପଠାଇଥିବାବେଳେ ତାଙ୍କ ସ୍ତ୍ରୀଙ୍କୁ ଚିକିତ୍ସିତ ପାଇଁ ଏମସ୍‌ ଭୁବନେଶ୍ବରକୁ ପଠାଇଥିବା ଜଣାପଡ଼ିଛି।
ସୂଚନା ଥାଉକି ନିର୍ମାଣଧିନ ଉଡନ୍ତା ପୋଲ କାମ ବିଳମ୍ବିତ ହୋଇଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories