www.samajalive.in
Wednesday, December 10, 2025
23.1 C
Bhubaneswar

୬୫ବର୍ଷର ଖପ୍ରାଖୋଲ ପେକ୍ସ; ନିଜସ୍ୱ ଗୋଦାମ ନାହିଁ, ପାଲ ତଳେ ଚାଲିଛି ମଣ୍ଡି

ଖପ୍ରାଖୋଲ: ଖପ୍ରାଖୋଲ ପ୍ରାଥମିକ କୃଷି ସମବାୟ ସମିତିର ଗୋଦାମ ଗୃହ ନଥିବାରୁ ମଣ୍ଡିକୁ ଆସୁଥିବା ଧାନ ସବୁ ରଖିବାରେ ନାହିଁ ନଥିବା ସମସ୍ୟା ହେଉଛି। ଖପ୍ରାଖୋଲ ମୁଖ୍ୟାଳୟରେ ଥିବା ଏହା ଖପ୍ରାଖୋଲ ବ୍ଲକର ସର୍ବ ପୁରାତନ ସମବାୟ ସମିତି ହୋଇଥିବା ବେଳେ ଏଯାବତ ଏହାର ନିଜସ୍ୱ ଗୋଦାମ ଗୃହ ନିର୍ମାଣ ହୋଇ ନଥିବାରୁ ଏହାକୁ ନେଇ ଚାଷୀ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଖପ୍ରାଖୋଲ ସଦର କୃଷି ସମବାୟ ସମିତି ଅଧିନରେ ଖପ୍ରାଖୋଲ, ଓଡିଆପାଲି, ଘୁନସର, ସାହାଜପାଣି ଆଦି ୪ଟି ପଞ୍ଚାୟତ ରହିଥିବା ବେଳେ ଏହି ମଣ୍ଡିକୁ ଚାଷୀ ଧାନ ବିକ୍ରି କରିବାକୁ ଆସୁଛନ୍ତି। ମାତ୍ର ଗୋଦାମ ଗୃହ ନଥିବାରୁ ପ୍ୟାକ୍ସ ପକ୍ଷରୁ ପାଲ ଟଣାଯାଇ ପାଲ ତଳେ ଧାନ ରଖାଯାଉଥିବା ଦେଖିବାକୁ ମିଳିଛି। ମାତ୍ର ଅଧିକ ଧାନ ବସ୍ତା ଆସୁଥିବାରୁ ଖୋଲା ଆକାଶ ତଳେ ମଧ୍ୟ ଧାନ ବସ୍ତା ରଖିବାକୁ ପଡୁଛି। ଶୀତ କାକରରେ ଧାନ ଭିଜୁଥିବା ବେଳେ ବର୍ଷା ହେଲେ ଏହି ଧାନ ଓଦା ହୋଇଯିବାର ସମ୍ଭାବନା ଥିବାରୁ ଏହାକୁ ନେଇ ମଣ୍ଡି କର୍ତୃପକ୍ଷ ଓ ଚାଷୀ ଚିନ୍ତାରେ ରହୁଛନ୍ତି। ଚଳିତ ବର୍ଷ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ୭ଶହ ଚାଷୀ ଅନ୍‍ଲାଇନରେ ପଞ୍ଜିକରଣ କରିଛନ୍ତି। ଦୈନିକ ଆଖପାଖ ଗ୍ରାମର ଚାଷୀ ମଣ୍ଡିକୁ ଧାନ ବିକ୍ରି କରିବାକୁ ଆସୁଥିବା ବେଳେ ମଣ୍ଡିର ଗୋଦାମ ଗୃହ ନଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି।

- Advertisement -

ସେହିପରି ଧାନ ଅମଳ କରିଥିବା ଚାଷୀଙ୍କୁ ଟୋକନ ମିଳି ନଥିବାରୁ କେତେକ ଚାଷୀ ଧାନ ବିକ୍ରି କରିପାରୁ ନଥିବା ଅଭିଯୋଗ କରିଛନ୍ତି। ୧୯୫୪ରେ ଆରମ୍ଭ ହୋଇଥିବା ଏହି ସମବାୟ ସମିତିର ଅଫିସ ଗୃହଟି ଭାଙ୍ଗିଯାଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ସେବା ସମବାୟ ସମିତି ଗୃହ ଅବସ୍ଥିତିକୁ ନେଇ ଜଣେ ସ୍ଥାନୀୟ ବାସିନ୍ଦା କେସ୍‍ କରିଥିବାରୁ ଏହି ଗୃହର ନିର୍ମାଣ ତଥା ମରାମତି କାର୍ଯ୍ୟ ହୋଇ ପାରୁ ନଥିବା ସମ୍ପାଦକ ଶ୍ରୀପତି ଭୋଇ କହିଛନ୍ତି। ଏଠାରେ ସ୍ଥାୟୀ ଗୋଦାମ ଗୃହ ନିର୍ମାଣ କରିବା ପାଇଁ ପ୍ୟାକ୍ସ ପକ୍ଷରୁ ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟରେ ଆବେଦନ କରାଯାଇଛି। ମାତ୍ର ଏ ନେଇ କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ନାଲି ଫିତା ତଳେ ବାନ୍ଧି ହୋଇ ରହିଛି। ଏହି ସମବାୟ ସମିତିର ବିଭିନ୍ନ ସମସ୍ୟାକୁ ସମାଧାନ କରିବା ସହିତ ଗୋଦାମ ଗୃହ ନିର୍ମାଣ କରିବା ପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀଙ୍କ ପକ୍ଷରୁ ଦାବି ହୋଇଛି।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories