www.samajalive.in
Saturday, December 6, 2025
16.1 C
Bhubaneswar

ବେଆଇନ ଖଣିରୁ ଲୁଟ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲାର ଚାନ୍ଦନୀମାଲ ନିକଟରେ ଥିବା ଜଙ୍ଗଲରେ ଦୀର୍ଘ ଦିନରୁ ବେଆଇନ ପଥର ଖାଦାନ ଚାଲୁଥିବା ଅଭିଯୋଗ ହୋଇଛି। ପଥର ମାଫିଆ  ବଡ଼ ବଡ଼ ମେସିନ ଲଗାଇ ଖଣି ଲୁଟ କରୁଥିଲେ। ମାତ୍ର ଶନିବାର ରାତିରେ ଏଥିରେ ବ୍ୟବହାର ହେଉଥିବା ଏକ୍ସାଭୋଟର ଭୋଲ୍‍ବୋ ୨୧୦ ଏବଂ ଗୋଟିଏ ପିକ୍‍ଅପ୍‍ ଭ୍ୟାନକୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ମେସିନ୍‍ ମାଲିକ ଗାନ୍ଧୀଛକ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଏହି ମାମଲାରେ ପୁଲିସ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଫାଣ୍ଡି ଅଧିକାରୀ କହିଛନ୍ତି ।
ସୂଚନା ଅନୁଯାୟୀ ରାଜସ୍ୱ ଓ ବନଅଧିକାରୀମାନେ ପଥର ମାଫିଆ ଠାରୁ ଲାଞ୍ଚ ନେଇ ଚୁପ ରହୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏଭଳି ଲଘୁ ଖଣିଜ ଲୁଟ ଯୋଗୁ ସରକାର କୋଟି କୋଟି ଟଙ୍କାର ରାଜସ୍ୱହାନୀ ହେଉଥିବା ବେଳେ ସ୍ଥାନୀୟ ରାଜସ୍ୱ ନିରିକ୍ଷକଙ୍କ ଭୂମିକା ସନ୍ଦେହଜନକ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories