www.samajalive.in
Friday, December 5, 2025
26.1 C
Bhubaneswar

ବିଜେଡ଼ି ମହିଳାଙ୍କ ମଙ୍ଗ ଧରିଲେ ମୀନତି

ଭୁବନେଶ୍ବର: ରବିବାର ବିଜୁ ମହିଳା ଜନତା ଦଳର ବ୍ୟାପକ ପରିବର୍ତ୍ତନ ହୋଇଛି । ବିଜେଡ଼ି ମହିଳା ସଭାନେତ୍ରୀ ଭାବେ ମୀନତି ବେହେରାଙ୍କୁ ଦାୟିତ୍ବ ମିଳିଛି । ପୂର୍ବରୁ ସଭାପତି ଦାୟିତ୍ବରେ ଥିବା ପ୍ରମିଳା ମଲ୍ଲିକଙ୍କୁ ରାଜ୍ୟ ବିଜେଡ଼ିର ଉପସଭାପତି ଦାୟିତ୍ୱ ମିଳିଛି । ଏହା ସହ ପ୍ରମିଳା ମଲ୍ଲିକ ବିଜୁ ଜୁନତା ଦଳ ମହିଳା ଶାଖାର ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି । ଜ୍ୟୋତି ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର ରାଜ୍ୟ ବିଜେଡ଼ିର ସହ ଉପଦେଷ୍ଟା ଭାବେ କାର୍ଯ୍ୟଭାର ସମ୍ଭାଳିବେ । ସେହିପରି ୪ ଜଣଙ୍କୁ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ମିଳିଛି । ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର, ବିଜେଡିର ମୁଖପାତ୍ର ସୁଲୋଚନା ଦାସ ଏବଂ ଗୀତାରାଣୀ ବସ୍ତିଆଙ୍କୁ କାର୍ୟ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି । ବିଜୁ ମହିଳା ଜନତା ଦଳ ସାଧାରଣ ସମ୍ପାଦକ ଭାବେ ମିଡ଼ିଆ ପ୍ୟାନେଲିଷ୍ଟ ସୁଲୋତା ଦେଓ ଏବଂ ଏଲିନା ଦାଶଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ମିଳିଛି ।

ସୂଚନାଯୋଗ୍ୟ, ରବିବାର ମଧ୍ୟାହ୍ନରେ ମହିଳା କମିଶନ ଅଧ୍ୟକ୍ଷା ପଦରୁ ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦରୁ ମୀନତି ବେହେରା ଇସ୍ତଫା ଦେଇଥିଲେ । କାର୍ଯ୍ୟକାଳ ଅବଧି ସରିବା ପୂର୍ବରୁ ଉଭୟ ଇସ୍ତଫା ଦେଇ ନେଇ ଚର୍ଚ୍ଚା ହୋଇଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories