www.samajalive.in
Saturday, December 6, 2025
15.1 C
Bhubaneswar

ଋଣ ବୋଝରୁ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

ଖଲ୍ଲିକୋଟ/ପୁରୁଷୋତ୍ତମପୁର: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତଥା ପୁରୁଷୋତ୍ତପୁର ଥାନା ଅନ୍ତର୍ଗତ ପୂର୍ଣଚନ୍ଦ୍ରପୁର ଗାଁରେ ବୃଦ୍ଧ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ଋଣ ବୋଝ ଯୋଗୁ ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଦମ୍ପତି ହେଲେ ଲଡ଼ୁ କିଶୋର ମହାରଣା (୬୧) ଏବଂ ତାଙ୍କ ପତ୍ନୀ ସଜନୀ ମହାରଣା(୫୭)। ଘରେ କେହି ନଥିବା ବେଳେ ଦମ୍ପତି ଆଜି ପୂର୍ବାହ୍ନରେ ବିଷ ପାନ କରି ଘରର କବାଟ ବନ୍ଦ କରି ରହିଥିଲେ। ଉଭୟେ ବିଭିନ୍ନ ପ୍ରାଇଭେଟ ଫାଇଲାନ୍ସ କମ୍ପାନୀରୁ ଋଣ ଆଣିଥିଲେ। ଫାଇଲାନ୍ସ କମ୍ପାନୀ କର୍ମଚାରୀ ବାରମ୍ବାର ଋଣ ଟଙ୍କା ଆଦାୟ ପାଇଁ ତାଙ୍କ ଘରକୁ ଆସୁଥିଲେ। ଆଜି ସକାଳେ ଏକ କମ୍ପାନୀର କର୍ମଚାରୀ ଋଣ ଟଙ୍କା ଆଦାୟ କରିବା ଘରକୁ ପାଇଁ ଆସି ଫେରିଯାଇଥିଲେ। ଅତ୍ୟଧିକ ଋଣ ଏବଂ ମାନସିକ ଚାପ ଫଳରେ ମଧ୍ୟାହ୍ନ ସମୟରେ ଦମ୍ପତି ବିଷ ପାନ କରି ଦେଇଥିଲେ। ପଡ଼ୋଶୀମାନେ ଦୀର୍ଘ ସମୟ ଧରି ବୃଦ୍ଧ ଦମ୍ପତିଙ୍କୁ ନ ଦେଖିବା ସହ ଘରର କବାଟ ବନ୍ଦ ଥିବା ଦେଖି ପୁରୁଷୋତ୍ତମପୁର ପୁଲିସକୁ ଖବର ଦେଉଥିଲେ। ପୁଲିସ କବାଟ ଭାଙ୍ଗି ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଦମ୍ପତିଙ୍କ ତିନି ଝିଅ ବିବାହିତ। ବିବାହିତ ପୁଅ ଛତିଶଗଡ଼ରେ କାମ କରିବା ସହ ପରିବାର ସହ ରହୁଛି। ଏହି ଦମ୍ପତି କେତେଜଣ ସ୍ଥାନୀୟ ଲୋକ ଓ ବିଭିନ୍ନ ପ୍ରାଇଭେଟ ଫାଇଲାନ୍ସ କମ୍ପାନୀ ଠାରୁ ପ୍ରାୟ ୩ ଲକ୍ଷ ଋଣ କରି ଚାଷ କରିଥିଲେ। ଗତ ଲଗାଣ ବର୍ଷା ରେ ଧାନ ଫସଲ କ୍ଷତି ହୋଇଯାଇଥିଲା। ଗତ କିଛି ଦିନ ହେଲା ଲଡୁ କିଶୋରଙ୍କ ସ୍ବାସ୍ଥ୍ୟ ଖରାପ କାରଣରୁ ସେ କିଛି କାମଧନ୍ଦା କରି ପାରୁନଥିଲେ। କମ୍ପାନୀ ଓ ଧାର କରଜ ଆଣିଥିବା ବ୍ୟକ୍ତିମାନେ ଘରକୁ ଆସି ବାରମ୍ବାର ଟଙ୍କା ମାଗିବା ସହ ଅପମାନିତ କରୁଥିଲେ। ଫଳରେ ଚିନ୍ତାରେ ପଡି ଘରେ କେହିନଥିବାର ସୁଯୋଗରେ ଦମ୍ପତି ବିଷପାନ କରି ଦେଇଥିଲେ। ଦମ୍ପତିଙ୍କ ପୁଅ ଗୁରୁବାର ଏଠାରେ ପହଞ୍ଚିବା ପରେ ଦମ୍ପତିଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି। ପୁଲିସ ଘଟଣାର ତଦନ୍ତ କରୁଛି। ପୁରୁଷୋତ୍ତମପୁର ପୁଲିସ ମୃତଦେହ ଜବତ କରି ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories