ଖଡିଆଳରେ ପ୍ରବାସୀ ଶ୍ରମିକଙ୍କ ଆଗମନକୁ ଦୃଷ୍ଟିରେ ରଖି ସେଲୁନ ବନ୍ଦ କଲେ ସେଲୁନ ସଂଘ
ଖଡିଆଳ : ନୂଆପଡା ଜିଲା ଖଡିଆଳ ସହରରେ କାର୍ଯ୍ୟରତ ଶତାଧିକ ସେଲୁନ ବ୍ୟବସାୟୀ ମାନେ ପ୍ରବାସୀ ଶ୍ରମିକଙ୍କ ଆଗମନକୁ ଦୃଷ୍ଟିରେ ରଖି ସେଲୁନ ବ୍ୟବସାୟକୁ ଆସନ୍ତା ୧୫ ଦିନ ପାଇଁ ବନ୍ଦ ରଖିଛନ୍ତି। ଗତ ଦିନରେ ପ୍ରବାସୀ ଶ୍ରମିକ ମାନେ ସେଲୁନକୁ ଆସି ବାଳ, ଦାଢି କାଟିକି ଘରକୁ ଯାଉଥିଲେ। ଫଳରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେଲୁନ ସଂଘ ସେଲୁନ ବନ୍ଦ ରଖିଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କରୋନା ଲକଡାଉନ ପାଇଁ ସବୁଠାରୁ ଅଧିକ ମାତ୍ରାରେ ସେଲୁନ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନଙ୍କୁ ସରକାର ଉପଯୁକ୍ତ କ୍ଷତିପୂରନ ପ୍ରଦାନର ବ୍ୟବସ୍ଥା କରବାକୁ ସଂଘ ଦାବି କରିଛି। ସେଲୁନ ସଂଘର ସଭାପତି ବିଜୟ ବାରିକ, ସମ୍ପାଦକ ମହେନ୍ଦ୍ର ବାରିକ, ରୂପେଶ ସେନ, ନୀଳ ବାରିକ, ରାଜୁ ବାରିକ, ଭାସ୍କର ଡାକୁଆ, ରାଜେସ ସେନ, ଅଲୋକ ଡାକୁଆ, ଭରତ ଚନ୍ଦ୍ର ବାରିକ, ରମାନାଥ ଡାକୁଆ, ସଞ୍ଜିବ ବାରିକଙ୍କ ସମେତ ଅନ୍ୟାନ୍ୟ ସେଲୁନ କର୍ମଚାରୀ ଦାବି କରିଛନ୍ତି।
Comments are closed.