www.samajalive.in
Saturday, December 6, 2025
14.1 C
Bhubaneswar

ବିଜେଡ଼ି ପକ୍ଷରୁ ୨୬ଜଣ କରୋନା ଯୋଦ୍ଧା ସମ୍ମାନୀତ

ବଡସାହି : କରୋନା ପାଇଁ ସମସ୍ତେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଯେଉଁ ମାନେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନକୁ ସୁରକ୍ଷା ଯୋଗାଉଛନ୍ତି, ସେମାନେ ହିଁ ପ୍ରକୃତରେ ଯୋଦ୍ଧା। ସେମାନେ ପ୍ରମାଣିତ କରିଛନ୍ତି, ସୀମାରେ ଦେଶର ସୁରକ୍ଷା କରୁଥିବା ଯୋଦ୍ଧାଙ୍କ ପରି ନିଜେ ଜଣେ ଜଣେ ଯୋଦ୍ଧା। ରାଜ୍ୟ ତଥା ଦେଶର ଏହିଭଳି ପରିସ୍ଥିତିରେ କାର୍ଯ୍ୟରତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୁଲିସ, ସାମ୍ବାଦିକ ଏବଂ ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରରେ ଆଶା ଓ ଅଙ୍ଗନବାଡି କର୍ମୀମାନେ ମଧ୍ୟ ପ୍ରକୃତ ଯୋଦ୍ଧା ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ସେମାନଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି ଏବଂ ସେମାନେ ହିଁ ସମ୍ମାନୀତ ହେବା ପାଇଁ ଯୋଗ୍ୟ। ସେଥିପାଇଁ ରାଜ୍ୟ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାର ସୋମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କର ମନୋବଳ ବୃଦ୍ଧି କରିବା ପାଇଁ ତାଙ୍କ ଉପରେ ପୁଷ୍ପବୃଷ୍ଟି କରୁଛନ୍ତି ତ କେଉଁଠି ସେମାନଙ୍କ କାମ ପାଇଁ ସେମାନଙ୍କୁ ସମ୍ମାନୀତ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ପଞ୍ଚାୟତରେ ଗ୍ରାମାଞ୍ଚଳରେ କାମ କରୁଥିବା ୨୬ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସମ୍ମାନୀତ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories