www.samajalive.in
Saturday, December 6, 2025
15.1 C
Bhubaneswar

କେସର ଖିରି

ଆବଶ୍ୟକ ସାମଗ୍ରୀ
ଘିଅ – ଆବଶ୍ୟକ ପରିମାଣରେ
କିସମିସ – ୧୦ ରୁ ୧୫
ମିଲ୍କ ମେଡ଼ – ୫ ଚାମଚ
ଚିନି – ଆବଶ୍ୟକ ପରିମାଣରେ
ବତୁରା ଯାଇଥିବା ବାସୁମତୀ ଚାଉଳ – ୧କପ
କ୍ଷୀର – ୩କପ
କାଜୁ ଓ ବାଦାମ – ୧ଚାମଚ
ଗୁଜୁରାତି ଗୁଣ୍ଡ – ୧ ଚାମଚ
ମିଠା – ସିଲଭର ଜରି – ଅଳ୍ପ
କେସର ( ଜାଫରାନୀ) – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବାସୁମତୀ ଚାଉଳକୁ ୩ ଘଣ୍ଟା ବତୁରାଇ ଦିଅନ୍ତୁ। ଏବେ ଚାଉଳକୁ ଛାଣି ଏକ ପାତ୍ରରେ ରଖନ୍ତୁ। ଏଥିରେ ମିଲ୍କ ମେଡ଼, ଚିନି, ଗୁଜୁରାତି ଗୁଣ୍ଡ, କ୍ଷୀର ପକାଇ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ମାଇକ୍ରୋବେବରେ ରଖି ୮୫୦ ତାପମାତ୍ରାରେ ୧୦ ମିନିଟ ବସାଇ ପ୍ରସ୍ତୁତ କରନ୍ତୁ। ଏବେ ଅନ୍ୟ ଏକ ପାତ୍ରରେ ମାଇକ୍ରୋବେବରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ କାଜୁ , କିସମିସ ଭାଜି ଏଥିରେ ପୂର୍ବରୁ ପ୍ରସ୍ତୁତ ହେଉଥିବା ଖିରୀକୁ ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କେସର ଖିରି । ଏହା ଉପରେ ମିଠା ପାଇଁ ସିଲଭର ଜରି ଓ କିଛି କାଜୁ ଓ କିସମିସ ପକାଇ ସଜାଇ ଦିଅନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories