nua o banner

କେରଳର ୧.୨୪ ଲକ୍ଷ ବିଦ୍ୟାର୍ଥୀଙ୍କ ଧର୍ମ ଓ ଜାତି ନାହିଁ

BSKY banner  750×100
0

କୋଚି : କେରଳର ବିଭିନ୍ନ ବିଦ୍ୟାଳୟ ଓ କଲେଜରେ ପଢୁଥିବା ୧.୨୪ ଲକ୍ଷ ଛାତ୍ରଛାତ୍ରୀ ନିଜକୁ କୌଣସି ଏକ ନିର୍ଦ୍ଧିଷ୍ଟ ଧର୍ମ କିମ୍ବା ଜାତିର ବୋଲି ମନେ କରନ୍ତି ନାହିଁ । ତେଣୁ ନାମଲେଖା ବେଳେ ସେମାନେ ଧର୍ମ ଓ ଜାତି ସ୍ତମ୍ଭକୁ ଫାଙ୍କା ଛାଡ଼ି ଦେଇଥିଲେ । ବୁଧବାର କେରଳ ବିଧାନସଭାରେ ପ୍ରଶ୍ନଉତ୍ତୋର କାଳରେ ସିପିଏମ୍‌ ବିଧାୟକ ଡିଏମ୍‌ ମୂରଲୀଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ସି ରବୀନ୍ଦ୍ରନାଥ ଲିଖିତ ଭାବେ ଏହା ପ୍ରଦାନ କରିଛନ୍ତି । କେରଳରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚବିଦ୍ୟାଳୟରେ ପ୍ରଥମରୁ ଦଶର୍ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ୧,୨୩,୬୩୦ ଛାତ୍ରଛାତ୍ରୀଙ୍କ କୌଣସି ଧର୍ମ ଓ ଜାତି ନଥିବାବେଳେ ଏକାଦଶ ଓ ଦ୍ୱାଦଶ ପଢୁଥିବା ଯଥାକ୍ରମେ ୨୭୮ ଏବଂ ୨୩୯ ଛାତ୍ରଛାତ୍ରୀଙ୍କ କୌଣସି ଧର୍ମ ଓ ଜାତି ନାହିଁ । କେରଳର ୯ ହଜାର ସ୍କୁଲରୁ ପ୍ରାପ୍ତ ତଥ୍ୟ ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply