www.samajalive.in
Thursday, December 11, 2025
14.1 C
Bhubaneswar

ୱାଏନାଡ୍‍ ଯିବେ ରାହୁଲ ; ରିଲିଫ ଏବଂ ଉଦ୍ଧାର କାର୍ଯ୍ୟର କରିବେ ସମୀକ୍ଷା

ନୂଆଦିଲ୍ଳୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସଂସଦୀୟ କ୍ଷେତ୍ର କେରଳର ୱାଏନାଡ୍‍ ରିଲିଫ କ୍ୟାମ୍ପ ପରିଦର୍ଶନ କରିବେ ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳର ରିଲିଫ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ। ଏକ ଟ୍ୱିଟରେ  ସେ କହିଛନ୍ତି, କିଛିଦିନ ପାଇଁ ସେ ତାଙ୍କ ସଂସଦୀୟ କ୍ଷେତ୍ରରେ ରହିବେ ଏବଂ ଜିଲ୍ଲା ଓ ରାଜ୍ୟ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବେ ।
ସୂଚନାଯୋଗ୍ୟ, ବନ୍ୟା ପ୍ରଭାବିତ କେରଳରେ ବର୍ଷା ସାମାନ୍ୟ ହ୍ରାସ ପାଇଥିବାବେଳ ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଛି। ଏକଲକ୍ଷ ୬୫ହଜାର ଲୋକଙ୍କୁ ରିଲିଫ କ୍ୟାମ୍ପରେ ରଖାଯାଇଛି । ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ୬୦ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ଭୂସ୍ଖଳନ ହୋଇଥିବା ଜଣାପଡିଛି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories